mobile header

କେନାଲ ପାଣିରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର

କାଲିମେଳା ତା ୨୬/୪ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀବାଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଯାଇଥିବା କେନାଲ ପାଣି ଭିତରେ ଆଜି ଜଣେ ମହିଳା କେନାଲ ପାଣିରେ ଭାସି ଯାଉଥିବା ବେଳେ କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ l ପରେ କାଲିମେଳା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି l ତେବେ ଦୀର୍ଘ ସମୟ ଧରି ମୃତ ଦେହର ପରିଚୟ ମିଳିପାରି ନ ଥିବା ବେଳେ ବହୁ ଖୋଜା ଖୋଜି ପରେ ଶେଷରେ ମୃତ ଦେହ ର ପରିଚୟ ମିଳିଥିଲା l ମୃତ ମହିଳା ଜଣଙ୍କ ପପୁଲୁର ପଞ୍ଚାୟତ ଅନ୍ତର୍ଗତ ବୁରଦାମାମଡି ଗ୍ରାମର ୱାରୁଡ ମୁତାୟା ଙ୍କ ସ୍ତ୍ରୀ ୱାରୁଡ ଲଛମାମା 55 ବର୍ଷ ବୁଲି ଜଣା ପଡିଛି l ସୂଚନା ଅନୁଯାଇ ମହିଳା ଜଣଙ୍କ ତାଙ୍କ ସ୍ଵାମୀ ସହ ଗତକାଲି ନିଜ ଗାଁ ପାଖ ହାଟକୁ ଆସିଥିବା ବେଳେ ସନ୍ଧ୍ୟାରେ ମହିଳା ଜଣଙ୍କ ଆଓ ଘରକୁ ଫେରି ନ ଥିଲେ l ମହିଳା ଜଣଙ୍କ କୁଆଡେ ରହିଯାଇଥିବା ଭାବି ସ୍ଵାମୀ ଘରକୁ ଚାଲି ଯାଇଥିଲେ l ତେବେ ଆଜି ସକାଳେ ଭେଜାଙ୍ଗୀୱାର୍ଡl ମେନ କେନାଲ ରେ ମହିଳା ଜଣଙ୍କ ଭାସୁଥିବା ଦେଖିବାକୁ ମିଳିଥିଲା ତୁମକିମାଡକା ଗ୍ରାମ ନିକଟରୁ ମୃତ ଦେହ ଉଦ୍ଧାର ହୋଇଥିଲା l ତେବେ କେଉଁ କାରଣ ପାଇଁ ମହିଳାଙ୍କ ମୃତ୍ୟ ହୋଇଛି ତାର କାରଣ ଜଣା ପଡ଼ିନଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି l ମୃତ ଦେହକୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ଗତକାଲି ସନ୍ଧ୍ଯା ରେ ଅଣାଯାଇ ଥିଲା।ଏହି ଘଟଣାରେ ଏ ଏସ୍ ଆଇ ପ୍ରମୋଦ କୁମାର ମହାନ୍ତି ତଦନ୍ତ କରୁଛନ୍ତି l ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗ ଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି।

Leave A Reply

Your email address will not be published.