mobile header

ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ

ଚିତ୍ରକୋଣ୍ଡା -27/04/2022-ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ଆହ୍ୱାନ କ୍ରମେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି ଙ୍କ ଅଧକ୍ଷତାରେ ବଡ଼ପଦର ନାଏବ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ବଡପଦର ଠାରେ ସ୍ୱାଭିମାନ ଅଞ୍ଚଳ ର ଆଠଗୋଟି ଭଲିବଲ ଟିମ ଯଥା -ବଡ଼ପଡା, ଯୋଡ଼ାମ୍ବ, ଇସକାପାଲି, ପାଲାମ, ଖଜୁରିଗୁମା, ଆରଏସସି ନଅ ନମ୍ବର, ସାରିଆପାଲି ଓ ବନଗୁର ଭଲିବଲ ଟିମ କୁ ନେଇ ଭକିବଲ ଟୁନାମେଣ୍ଟ ର ଆୟୋଜନ କରାଯାଇ ଦୁଇ ଦୁଇ ଟିମ କୁ ନେଇ ଭଲିବଲ ଖେଳା ଯାଇଥିଲା ଆଠ ଗୋଟି ଭଲିବଲ ଟିମ ମଧ୍ୟରୁ ବନଗୁରୁ ଏବଂ ବଡ଼ପଡା ଭଲିବଲ ଟିମ ଫାଇନାଲ କୁ ଯାଇଥିଲେ l

ଫାଇନାଲ ଉକ୍ତ ଫାଇନାଲ ମ୍ୟାଚ ରେ ବଡ଼ପଡା ଟିମ ବିଜୟ ଲାଭ କରି ଉଇନର ଭାବେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ବେଳେ ବନଗୁର ଭଲିବଲ ଟିମ ରନସ ଭାବରେ ପୁରସ୍କାର ପାଇଥିଲେ ଏବଂ ଅନ୍ୟ ପରାଜିତ ହୋଇଥିବା ଭଲିବଲ ଟିମ କୁ ସଂମାନିତ କରାଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଜନସାଧାରଣ ବେଣ୍ଟ ଶିକାର ରୁ ଦୁରେଇ ରହିବା, ଜଙ୍ଗଲରେ ନିଆଁ ଲଗାଇବା ଠାରୁ ଦୁରେଇ ରହିବା ଏବଂ ବନ କର୍ମଚାରୀ ଙ୍କ ସହିତ ଜନସାଧାରଣ ମଧ୍ୟରେ କିଭଳି ସୁ ସମ୍ପର୍କ ସ୍ଥାପନ ହୋଇ ପାରିବ ସେଥିନିମନ୍ତେ ଭଲିବଲ ଟୁନାମେଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା l ଉକ୍ତ ଭଲିବଲ ଟୁନାମେଣ୍ଟ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି, ବନପାଳ ନିରଞ୍ଜନ ସାହୁ,ପ୍ରଦୀପ ଗରଡ଼ା, ହରି ହନ୍ତାଳ ଓ ପ୍ରମୋଦ ବାଜିଙ୍ଗ ପରିଚାଳନା କରିଥିଲେ l

Leave A Reply

Your email address will not be published.