mobile header

ଜୁନ ପ୍ରଥମ ସପ୍ତାହରୁ ଜୟପୁରରୁ ଉଡିବ ବିମାନ: ଉଷା ପାଢ଼ୀ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କର ଦୀର୍ଘ ଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ଆସନ୍ତା ଜୁନ ପ୍ରଥମ ସପ୍ତାହରୁ ଜୟପୁରରୁ ବିମାନ ଉଡିବ। ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ବେସାମାରିକ ବିଭାଗର ଯୁଗ୍ମ ସଚିବ ତଥା କେନ୍ଦ୍ରର ଅକ୍ଷାଂକା ଜିଲ୍ଲା ପ୍ରଭାରୀ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ ବିମାନବନ୍ଦରର ସବୁ ଉନ୍ନୟନମୂଳକ କାମର ତଦାରଖ କରିଥିଲେ। ଏହା ସହ ବିମାନବନ୍ଦରର ସମ୍ମୁଖ ଗେଟରେ ଲାଗିଥିବା ସମସ୍ତ ବୈଷୟିକ ଯନ୍ତ୍ରପାତି, ଗ୍ରାହକ ମାନେ ବସିବାକୁ ଥିବା ଲବି ଆଦି ବୁଲି ବୁଲି ଯାଂଚ କରିଥିଲେ। ଯାହା ସବୁ ବଳକା କାମ ରହିଛି ଯୁଦ୍ଧକାଳୀନ ଭିତ୍ତିରେ ମାସକ ମଧ୍ୟରେ ସାରିବାକୁ ନିର୍ଦେଶ ଦେଇଥିଲେ।

କୋରାପୁଟ ଆସିଲେ ନିଜ ଘରକୁ ବୁଲିବାକୁ ଆସିବା ଭଳି ଲାଗେ ବୋଲି ଭାବବିହ୍ବଳ ହୋଇ ଖୁସି ପ୍ରକଟ କରି କହିଥିଲେ ଯୁଗ୍ମ ସଚିବ। ଆଗାମୀ ଦିନରେ ବିମାନବନ୍ଦର ପରିସରରେ କୋରାପୁଟ ଜିଲ୍ଲାକୁ ପରିଚୟ ଦେଇଥିବା କଳାଜୀରା, କଫି, ହଳଦୀ, ମାଣ୍ଡିଆ ଆଦି ସାମଗ୍ରୀର ଷ୍ଟଲ କରି ବି ବିକ୍ରୀ କରି ପାରିବେ। ଏହା ଫଳରେ ଅଂଚଳର ବିକାଶ ସହ ପ୍ରସିଦ୍ଧି ବି ହାସଲ କରି ପାରିବେ ବୋଲି କହିଛନ୍ତି ।

ରାଜ୍ୟ ସରକାର ସମସ୍ତ ରକମର ଅନୁସଙ୍ଗିକ ଭିତ୍ତିଭୁମି ସବୁ କାମ ଶେଷ କରିଛନ୍ତି। ନୂଆ ବିମାନବନ୍ଦର ହେବା ପରେ ଏହାର ସେଫଟି ଓ ସିକ୍ୟୁରିଟିକୁ ପ୍ରାଥମିକତା ଦିଆଯାଇଥାଏ ବୋଲି ଯୁଗ୍ମ ସଚିବ ଶ୍ରୀମତୀ ପାଢ଼ୀ କହିଥିଲେ। ୨‘ବି’ ଲାଇସେନସ୍ ଆବେଦନ କରାଯାଇଛି। ଏଠାରୁ ଏହି ଲାଇସେନସ୍ ବଳରେ ୨୦ଜଣିଆ ବିମାନ ଉଡ଼ି ପାରିବ। ଅଧିକା ବଡ଼ ବିମାନ ଉଡ଼ିବା ପାଇଁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଧିରେ ଧିରେ ବିମାନ ବନ୍ଦରର ସଂପ୍ରସାରଣ କରାଯିବ ବୋଲି ଯୁଗ୍ମ ସଚିବ କହିଥିଲେ। ପ୍ରଥମେ ଜୟପୁର-ଭୁବନେଶ୍ବର, ଜୟପୁର–ବିଶାଖାପାଟଣାକୁ ବିମାନ ଉଡ଼ିବ। ପରବର୍ତ୍ତୀ ସମୟରେ ରଂଗେଇଲୁଣ୍ଡା, ଅମର୍ଦ୍ଧା, ଆଦି ସ୍ଥାନରୁ ବି ବିମାନ ଉଡ଼ିବାର ଯୋଜନା ରହିଛି।

Leave A Reply

Your email address will not be published.