mobile header

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ!

ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାଜତ ମୃତ୍ୟୁ ନେଇ ମୃତ ମନୋରଞ୍ଜନଙ୍କ ପିତା ଅଭିଯୋଗ କରିଛନ୍ତି । ବ୍ରାଉନସୁଗାର ମାମଲାରେ ଫସାଇ ପିଟିପିଟି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ପୁଅର ଦୁର୍ଘଟଣା ଘଟିଥିବା ନେଇ ପ୍ରଥମେ ପରିବାରକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚିଥିଲେ ପରିବାର ଲୋକେ । କିନ୍ତୁ ମେଡିକାଲରେ ପୁଅକୁ ଦେଖିବାକୁ ପ୍ରଥମେ ପୋଲିସ ଛାଡ଼ି ନଥିବା ଅଭିଯୋଗ କରିଛନ୍ତି ପରିବାର । ପରେ ରାତି ଅଧିଆ ମନୋରଞ୍ଜନଙ୍କ ପୋଷ୍ଟମର୍ଟମ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.