mobile header

ଅମାନବୀୟ କାଣ୍ଡ,ବିଲ ନପାଇବାରୁ ନାଏକପଡା (ପାତଳୀ ଶ୍ରୀକ୍ଷେତ୍ର ) ପିଇବା ପାଣି ପାଇପ କାଟିଲା ଠିକାଦାର ।

Boudh.. (Abu Khan) – ବୋୖଦ୍ଧ ସହରରୁ ମାତ୍ର ୫ କିଲୋମିଟର ରେ ଅବସ୍ତିତ ନାଏକପଡା ଗୁମ୍ଫା ଯାହାକି ମାଦlଳ ପଞ୍ଜିକା ବର୍ଣନାରେ ଉଲେଖ ଅଛିଯେ , ଏହି ଗୁମ୍ଫାରେ ପ୍ରଭୁ ଜଗନ୍ନାଥଙ୍କୁ ପାତଳୀ କରାଯାଇଥିଲା । ସମ୍ରାଟ ଶୋଭନ ଦେବଙ୍କ ରାଜତ୍ୱ ସମରେ ଯବନ ସମ୍ରାଟ ରକ୍ତ ବାହୁ ଶ୍ରୀକ୍ଷେତ୍ରକୁ ଆକ୍ରମଣ କରିଥିଲା । ଏହିସମୟରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ବଞ୍ଚାଇବାର ଆଶଙ୍କାରେ ,ମହାନଦୀର ଜଳପଥରେ ପ୍ରଭୁଙ୍କ ଆଣି ଏହି ନାଏକପଡା ଗୁମ୍ଫାରେ ପାତଳୀ କରାଯାଇଥିଲା । ସେଥି ପାଇଁ ଏଠାକୁ ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ ଙ୍କ ଭିଡ଼ିଦେଖିବାକୁ ମିଳେ । କିନ୍ତୁ ଆଜିକୁ ୧୫ଦିନରୁ ଅଧିକ ହେବ ଏଠି ଦେଖିବାକୁ ମିଳିଛି ପିଇବାପାଣିର ଜଳ କଷ୍ଟ । ବର୍ତମାନ ସମୟରେ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ବୋୖଦ୍ଧ ଯାହାର ତାପମାତ୍ରା ୪୫° ରୁ ଅଧିକ ।

ଏହିସମୟରେ ଏଠାରେ ପଯ୍ୟଟକଙ୍କ ପାଇଁ ପିଇବା ପାଣିର ପାଇପ କାଟିଛି କମକରିଥିବା ଠିକାଦାର । ସେଥି ପାଇଁ ପିବାକୁ ମିଳୁନାହିଁ ଟୋପାଏ ପିଇବା ପାଣି । ଏହା ଆମେକହୁ ନାହୁଁ କହୁଛନ୍ତି ଏଠାକାର ମହନ୍ତ , ଠିକାଦାର ସୁଶୀଲ ପ୍ରଧାନ କାମ କରିବାର ଏକବର୍ଷରୁ ଅଧିକ ହୋଇଯାଇଥିଲେ ମଧ୍ୟ ନିଜର ପ୍ରାପ୍ୟ ପାଇନାହାନ୍ତି , ସେଥିପାଇଁ ସେ ବାରମ୍ବାର ଜିଲ୍ଲାପାଳ ଓ ବିଭାଗୀୟ କାର୍ଯ୍ୟଳୟକୁ ଯାଇ ଯେତେ କାକୁତି ମିନତୀ କଲେମଧ୍ୟ ନିଜର ପ୍ରାପ୍ୟ ନମିଳିବାରୁ ବାଧ୍ୟହୋଇ କାଇଲେ ପର୍ଯ୍ୟଟକଙ୍କ ପିଇବାପାଣି ପାଇପ କାଟିଲା। ଏଥିରେ ପ୍ରଶ୍ନ ଉଠେଜେ ଏହି ଘଟଣା ପାଇଁ ଦାଇକିଏ ?

Leave A Reply

Your email address will not be published.