mobile header

ମାଲକାନଗିରି ପୁଲିସର ଗଂଜେଇ ଜବତ ,ଜଣେ ଗିରଫ

ମାଲକାନଗିରି – ମାଲକାନଗିରି ପୁଲିସ ତରଫରୁ ଚଢ଼ାଉ କରି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି।ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏମଭି-୧୮ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିଲା।ଏହି ସମୟରେ ଦୁଇଟି ମଟର ସାଇକେଲରେ ତିନି ଜଣ ବ୍ୟକ୍ତି କ୍ଷିପ୍ର ଗତିରେ ଆସୁଥିଲେ।ପୁଲିସ ଏମାନଙ୍କୁ ଧରବାକୁ ଚେଷ୍ଟା କରିଥିଲା।କିନ୍ତୁ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇବାରେ ସଫଳ ହୋଇଥିଲେ।ଅନ୍ୟ ଜଣକୁ ପୁଲିସ କାବୁ କରିଥିଲେ।ମଟର ସାଇକେଲରେ ଲଦଯାଇଥିବା ଜାରି ପ୍ୟାକେଟକୁ ଯାଞ୍ଚ କରିବା ପରେ ସେଥିରେ ୯୦ କିଲୋ ଗଂଜେଇ ଲଦା ଯାଇଥିବା ଜଣାପଡିଥିଲା।ତୁରନ୍ତ ଅସମୀକୁ ପୁଲିସ ଗିରଫ କରିବା ସହ ଦୁଇଟି ମଟର ସାଇକେଲକୁ ଜବତ କରିଥିଲା।ଗିରଫ ବ୍ୟକ୍ତି ଜଣକ ହେଲା କତ୍ତପାଲି ଗ୍ରାମର ଲକ୍ଷ୍ମଣ ଖରା।ଏହି ଗଂଜେଇକୁ ଛତିଶଗଡ଼ ଚାଲାଣ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.