mobile header

ସ୍ମାର୍ଟ ସ୍କୁଲ ଟିଭିରେ ପୁଷ୍ପା ଡ୍ୟାନ୍ସ

ଆଖିରେ ଷ୍ଟାଇଲିସ୍ କଳା ଚଷମା। ଦେହରେ ରଙ୍ଗିନ୍ ସାର୍ଟ। ପୁଷ୍ପା ଗୀତର ତାଳେ ତାଳେ ଚାଲିଛି ନାଚ। ଗଂଜାମ ଜିଲାର ହିଂଜିଲିକାଟୁ ଅଞ୍ଚଳରୁ ଆସିଛି ଏଭଳି ଚିତ୍ର। ଛାତ୍ରମାନେ ସରକାରୀ ସ୍ମାର୍ଟ ସ୍କୁଲରେ ପାଠ ନ ପଢ଼ି ଟିଭି ଲଗାଇ ପୁଷ୍ପା ନୃତ୍ୟଗୀତ ଦେଖୁଛନ୍ତି। ଗୀତର ତାଳେ ତାଳେ ଛାତ୍ରମାନେ ନାଚୁ ଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହୋଇଛି। ଏହା ସେରଗଡ଼ ଅଂଚଳର କୁହାଯାଉଥିବା ବେଳେ କେଉଁ ସ୍କୁଲ ଏଯାଏଁ ସ୍ପଷ୍ଟ ହୋଇପାରିନି। ତେବେ ଏହାକୁ ନେଇ ବୁଦ୍ଧିଜୀବୀମାନେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ସରକାରୀ ସ୍ମାର୍ଟ ସ୍କୁଲରେ ପାଠପଢ଼ା ଚୁଲିକି ଗଲେଣି। ପିଲା ପାଠ ନ ପଢ଼ି ସ୍ମାର୍ଟ ସ୍କୁଲ ଶ୍ରେଣୀ ଗୃହରେ ଲାଗିଥିବା ଟିଭିରେ ଫିଲ୍ମ ନୃତ୍ୟଗୀତ ଦେଖି ନାଚୁଛନ୍ତି। ସ୍ମାର୍ଟ ମୋବାଇଲ ଧରି ନାଚଗୀତକୁ ରେକଡିଂ କରୁଛନ୍ତି। ସ୍ମାର୍ଟ ମୋବାଇଲରୁ ୱାଇଫାଇ ହଟସ୍ପର୍ଟ ସଂଯୋଗ କରି ଅଶୀଳ ଗୀତ ଦେଖୁଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓରେ ଛାତ୍ରମାନେ ଶ୍ରେଣୀ ଗୃହରେ ଚଲାଇଥିବା ଏଭଳି ଫିଲ୍ମ ଗୀତିର ନାଚଗୀତ ଏହା ପ୍ରମାଣିତ କରିଛି।

Leave A Reply

Your email address will not be published.