ଜଟଣୀରେ ଜାଗା ମିଶନ ସମ୍ପର୍କ ମେଳା

ଜଟଣୀ, ୦୨/୦୫: ଓଡିଶା ସରକାରଙ୍କ ଜାଗା ମିଶନ ସମ୍ପର୍କ ମେଳା ଜଟଣୀ ପୌରପରିଷଦର ଆଠ ନମ୍ବର ୱାର୍ଡ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ l ଏଇ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଜଟଣୀ ପୌର ଅଧ୍ୟକ୍ଷ ଅନନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ୬,୮,୧୧ ନମ୍ବର ୱାର୍ଡର କାଉନସିଲର ସହ ବରିଷ୍ଠ ବିଜେଡି ନେତା ତଥା ପାଣ୍ଡଵ ଫାଉଣ୍ଡେସନର ସଭାପତି ସନ୍ତୋଷ କୁମାର ଜେନା ଉପସ୍ଥିତ ଥିଲେ l

ଏଇ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଆଦର୍ଶ କଲୋନୀର ସଭାପତି ଯୋଗେଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ୨୦୧୭ ମସିହାରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜାଗା ମିଶନରେ କେଉଁଭଳି ଭାବେ ଗରିବ ଭୂମିହୀନ ହିତାଧିକାରୀ ମାନେ ମାଗଣାରେ ଜାଗା ପାଇବେ ସେ ନେଇ ଆଲୋଚନା କରିବା ସହ ଏକ ଏମ. ଓ. ୟୁ. ପୌର ଅଧିକାରୀ ସ୍ଵାକ୍ଷର କରିଥିଲେ l ଜଟଣୀର ବିଭିନ୍ନ ବର୍ଗରେ ଦକ୍ଷତା ସହ କାମକରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହ ନୀଳସହିଲ ସଂଗୀତ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l

Leave A Reply

Your email address will not be published.