mobile header

କୃଷକ ମନ୍ଦିରରେ ପୂଜା ପାଉଛନ୍ତି ଚଷା ପୁଅ

Chandikhole /Badchana. (SUDHANSU PARIDA) ମନ୍ଦିରରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଦେଖିଥିବେ। କିନ୍ତୁ ଆମ ରାଜ୍ୟର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମନ୍ଦିରରେ ପୂଜା ପାଆନ୍ତି ଦେଶକୁ ଆହାର ଯୋଗାଉଥିବା ଜଣେ କୃଷକର ପ୍ରତିମୂର୍ତ୍ତି। ଆଉ ଅକ୍ଷୟ ତୃତୀୟରେ ସେଠାରେ ଆୟୋଜିତ ହୁଏ ସ୍ଵତନ୍ତ୍ର ପୂଜା। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାରହିପୁର ପଂଚାୟତର ମଣିଜୋରି ଗାଁରେ ଅଛି ଏହି କୃଷକ ମନ୍ଦିର। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ନିରାଡମ୍ବର ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

ଏହି କୃଷକ ମନ୍ଦିରରେ କୃଷକଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ମୁଣ୍ଡରେ ତଲେଇ, ଡାହାଣ ହାତରେ ପାଞ୍ଚଣ ଓ ବାମକାନ୍ଧ ଉପରେ ଲଙ୍ଗଳ ଧରି ଛିଡା ହୋଇଛନ୍ତି କୃଷକ। ଏଠାରେ ପ୍ରତିଦିନ ପୂଜାର୍ଚ୍ଚନା ହେଉଥିବା ବେଳେ ଅକ୍ଷୟ ତୃତୀୟା ଦିନ ସ୍ଵତନ୍ତ୍ର ଭାବେ ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ କ୍ଷେତରେ ଅଖିମୁଠି ହଳ ଅନୁକୂଳ କରାଯିବା ସହ ସ୍ଥାନୀୟ କୃଷକମାନକୁ ସମ୍ମାନିତ କରାଯାଇଥାଏ। କୃଷକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଅକ୍ଷୟ ତୃତୀୟା ଦିନକୁ କୃଷକ ଦିବସ ଭାବେ ଘୋଷଣା କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କୃଷକ ବନ୍ଧୁମାନେ। ଏପରି ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ଜଣେ ଚାଷୀ ପୁଅ ପ୍ରତାପ ଚନ୍ଦ୍ର ସାହୁ, ନିଜ ଉଦ୍ୟମରେ କୃଷକ ମନ୍ଦିର ପ୍ରତିଷ୍ଠା କରି କୃଷକ ସମାଜକୁ ଦେଇଛନ୍ତି ଅସୁମାରୀ ସମ୍ମାନ। ଏହି କୃଷକ ମନ୍ଦିରରେ ପୂଜାର୍ଚନା ସମୟରେ ଜୟ ଯବାନ ଜୟ କିଷାନ ନାମ ସଂକୀର୍ତ୍ତନ କରାଯାଇଥାଏ। ଦେଶକୁ କୃଷକ ଆହାର ଯୋଗାଇ ଜୀବନ ବଞ୍ଚାଉଥିବା ବେଳେ ଯବାନ ଦେଶକୁ ଲହୁ ଦେଇ ରକ୍ଷା କରୁଥିବାରୁ ଏହି ନାମ ସଂକୀର୍ତ୍ତନ କରାଯାଇଥାଏ।

Leave A Reply

Your email address will not be published.