ମାଲକାନଗିରି:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ପୋକ୍ଷ ରୁ କୃଷକ ଦିବସ ପାଳନ ସହ କୃଷି ମେଳା ପାଳନ କରାଯାଇଛି ।ଏହି କୃଷକ ମେଳା ମାଥିଲି ସ୍ତିତ କୃଷି ଫାର୍ମ ରେ ଅନୁଷ୍ଟିତ ହୋଇଯାଇଛି।ଏହି ମେଳା ଦୁଇଦିନ ଧରି ଚାଲିବ ।ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମ।ରି ତ।ଙ୍ଗୁଲ ଙ୍କ ଦ୍ଵାରା ଏହି କୃଷି ମେଳା ର ଶୁଭ ଉଦଘାଟନ କରଯାଇଥିଲା । ଆଜିର ଏହି ପବିତ୍ର ଦିବସ ରେ ପ୍ରଥମ କରି ମାଟିରେ ବିହନ ବିଞ୍ଚାଜିବ
ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ଏହି ଦୁଇଦିନ ଧରି କୃଷି ରଥ ସଚେତନତା କାର୍ଯ୍ୟକ୍ରମ ଚାଲିବ ।ଜିଲ୍ଲା କୃଷି ଅଧିକାରି ଏନ. ହାୟା ଗ୍ରେଭା ,ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶାନ୍ତନୁ କୁମାର ମହାପାତ୍ର ଉପସ୍ଥିତ ରହି ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୀ ଯୋଜନା, ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନା ,ମୁର୍ତିକା ପରୀକ୍ଷା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବରେ ଚାଷୀ ମାନଙ୍କୁ ବୁଝାଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବ।କା ଏବଂ ଜିଲ୍ଲା ଚାଷୀ ସଂଘ କର୍ମ କର୍ତ୍ତା ମାନେ ,ସରପଂଚ,ସମିତି ସଭ୍ୟ ଏବଂ ସମସ୍ତ ଜନ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
