mobile header

ଗୋ’ଚାଲାଣ ରାକେଟରେ ମିଳିଲା ପୁଲିସ୍‌ ଲିଙ୍କ, ୩ ନିଲମ୍ବିତ

“୬ ଜଣ ଅଫିସରଙ୍କ ପାଇଁ ୩୦ ହଜାର ଦିଅ। ତମ ଗାଡ଼ି ସୁରୁଖୁରରେ ସୀମା ପାର୍‌ ହୋଇଯିବ । କେହି ଟେର ବି ପାଇବେନି।” ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ପୁଲିସ୍‌ ଅଧିକାରୀ ଓ ଜଣେ ଗୋରୁ ଦଲାଲଙ୍କ ବାର୍ତ୍ତାଳପର ଏପରି ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫଳରେ ପଦାରେ ପଡ଼ିଛି ଗୋ’ଚାଲାଣ ରାକେଟରେ ପୁଲିସ୍‌ ଲିଙ୍କ । ଏପରି ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି ଆକ୍ସନ ମୁଡ୍‌କୁ ଆସି ଝାରପୋଖରିଆ ଥାନାର ୩ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

୩ ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଦୁଇ ଜଣ ଏଏସଆଇ ଏବଂ ଜଣେ କନଷ୍ଟେବଳ ଥିବା ଜଣାଯାଇଛି ସେମାନେ ହେଲେ ଏଏସଆଇ ସ୍ମୃତି ରଂଜନ ସ୍ୱାଇଁ, ଚନ୍ଦନ ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲବାବୁ । ଏହି ୩ ଜଣଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ କରାଯାଇଥିବା ମୟୂରଭଞ୍ଜ ଜିଲ୍ଲା ଆଡିସନାଲ ଏସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.