mobile header

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

ବଲାଙ୍ଗୀର ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତା ର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁ କିଏ ? ମତେ ଜାଣିନ ଚିରିକି ଫାଡ଼ି ଦେବୀ । ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ଟ ଆଉ କେତେ ବେଳେ ଲାତ୍ ମାରିଚାଲିଛନ୍ତି ଯୁବକ ।

ସେ ଆଉ କେହି ନୁହାଁନ୍ତି ସେ ହେଉଛନ୍ତି ବଲାଙ୍ଗୀର ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର । ତାଙ୍କ ସହ ରହିଛନ୍ତି ତାଙ୍କ ସମର୍ଥକ । କେହି ଜଣେ ଗାଁ ର ଲାଇଟ ବନ୍ଦ କରି ଦେଇଥିଲା ଏନେଇ ଉପାଧ୍ୟକ୍ଷ ବାବୁ ଏତେ ରାଗିଯାଇଥିଲେ ଯେ ତାଙ୍କ ରାଗ ଚରମ ସୀମାରେ ପହଞ୍ଚି ଥିଲା । ରାସ୍ତା ଘାଟ ସବୁ ଭୁଲିଯାଇ କିଛି ଯୁବକଙ୍କୁ ନିସ୍ତୁକ ପିଟିଥିଲେ ।

ତା ଉପରେ ପୁଣି ସେ କିଏ ଓ ତାଙ୍କୁ ଜାଣିଛନ୍ତି ନା ନାହିଁ ପଚାରି ମାଡ଼ ମାରି ଧମକ ମଧ୍ୟ ଦେଲେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହୋଇଛି ।

Leave A Reply

Your email address will not be published.