
ମାଲକାନଗିରି,–: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅଂଚଳରେ ଜଣେ ଯନ୍ତ୍ରୀଙ୍କ ଶବ ଆଖୁ କିଆରିରୁ ମିଳିବା ପରେ ପରିବାର ଲୋକେ ଏବଂ ଯନ୍ତ୍ରୀ ମହାସଂଘ ତରଫରୁ ହତ୍ୟା ଅଭିଯୋଗ ଅଣାଯାଇ ତୁରନ୍ତ ଅଭିଯୁକ୍ତମାନଙ୍କୁ ଧରିବାକୁ ଦାବି କରାଯାଇଥିବା ବେଳେ ଏଭଳି ଘଟଣାକୁ ମାଲକାନଗିରି ଯନ୍ତ୍ରୀ ସଂଘ ତରଫରୁ ନିନ୍ଦା କରାଯିବା ସହ ଏଭଳି ଘଟଣା ଯେପରି ପୁନର୍ବାରନ ନଘଟୁ ସେଥିପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଆଜି ଜିଲ୍ଲା ସଭାପତି ଇଂ କୃତିବାସ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏକ ଜରୁରୀ ବୈଠକରେ ଜିଲ୍ଲାର ସମସ୍ତ ଯନ୍ତ୍ରୀ ଉପସ୍ଥିତ ରହି ଏହି ଘଟଣାକୁ ନିନ୍ଦା କରିଥିଲେ।ଏହି ଘଟଣାରେ ଯେଉଁମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା।ମାଲକାନଗିରି ଜିଲ୍ଲାରେ ମଧ୍ୟ ଯନ୍ତ୍ରୀମାନେ ଜୀବନକୁ ପାଣି ଛଡାଇ କାମ କରୁଛନ୍ତି।ଗୋଟିଏ ପଟେ ନକ୍ସଲଙ୍କ ନାଲିଆଖି ତ ଅନ୍ୟ ପଟେ ଦୁର୍ଗମ ଅଂଚଳରେ କାମ କରିବା ଯନ୍ତ୍ରୀମାନଙ୍କ ପାଇଁ ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବ ନାହିଁ।ଜିଲ୍ଲାରେ ବିପଦପୂର୍ଣ୍ଣ ଅଂଚଳରେ କାମ କରିବା ଯନ୍ତ୍ରଣା ଠାରୁ କମ୍ ନୁହେଁ।ତେଣୁ ଏହି ଅଂଚଳରେ ଯେଭଳି ସେଭଳି କାମ ନହୁଏ ସେଥିପାଇଁ ଆଜି ଏହି ବୈଠକରେ ଏନେଇ ଆଲୋଚନା କରାଯାଇଥିଲା।ଏହି ଜିଲ୍ଲାକୁ କେହି ଅଧିକାରୀ ହେଉ ବା ଯନ୍ତ୍ରୀ ହେଉ ଆସିବାକୁ ଅମଙ୍ଗ ହେଉଥିବା ବେଳେ ଯେଉଁମାନେ ଏଠାରେ ରହି କାମ କରୁଛନ୍ତି ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଉ ବୋଲି ଦାବି ହୋଇଥିଲା।ଏହି ବୈଠଖରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପ୍ରଶାନ୍ତ କୁମାର ବେହେରା,ଜୋନାଲ ସଂପାଦକ ବିଭୁତି ଭୁଷଣ ରାଉ ପ୍ରମୁଖ ଉପସ୍ଥିତ ଥିଲେ।