ଚିତ୍ରକୋଣ୍ଡା :-11/05/2022- ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ ଗଲକାଲି ରାତି ସମୟରେ ନୂଆଗୁଡା ପଞ୍ଚାୟତ ଆରଏସସି -10, ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳ ଗ୍ରାମ ଅଞ୍ଚଳରେ ନାଇଟ ପାଟ୍ରୋଲିଙ୍ଗ କରୁଥିବା ସମୟରେ ରଥଗୁଡ଼ା ଗ୍ରାମ ଠାରୁ 700 ମିଟର ଦୂରରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖି ପୁଲିସ ତାଙ୍କର ପିଛା କରିଥିଲେ l ପୁଲିସ ଗାଡିକୁ ଦେଖି ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଥିଲେ, ଉକ୍ତ ଠିଆ ହୋଇଥିବା ସ୍ଥାନରେ ସେମାନେ 76ଗୋଟି ଜରି ବ୍ୟାଗ ବସ୍ଥାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ମାତ୍ର ପୁଲିସ ଅଭିଯୁକ୍ତ ମାନଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ l ପୁଲିସ 76 ବ୍ୟାଗ ଗଞ୍ଜେଇ କୁ ଜବତ କରିବା ସହିତ 10 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ l ଅଭିଯୁକ୍ତ ମାନେ ହେଲେ ସୋନା ଖିଲ, ପିତା ଗୁରୁ, ବୟସ -25, ଅର୍ଜୁନ ଖିଲ -ପିତା ରଘୁ, ବୟସ -28, ଡମ୍ବରୁ ଖିଲ -ପିତା ଜଗନ୍ନାଥ -ବୟସ 45, ପ୍ରହଲ୍ଲାଦ ଖିଲ -ପିତା ସୁକୁ, ବୟସ 28, ପଦଲାମ ଖିଲ, ପିତା ଚୈତନ୍ୟ, ବୟସ 39, ଅର୍ଜୁନ ନାରିଆ ହନ୍ତାଳ, ପିତା ସୋମନାଥ, ବୟସ 19, ଚନ୍ଦ୍ର ଖିଲ, ପିତା ଚୈତନ୍ୟ, ବୟସ -25, ନରସିଂହ ଦଳପତି, ପିତା ଶୁକ୍ରା, ବୟସ 22, ଦାଶ ଖିଲ, ପିତା ବିଦୁ, ବୟସ 22 ଓ ପ୍ରହଲ୍ଲାଦ ଖିଲ, ପିତା ଦୀନବନ୍ଧୁ ବୟସ 28 l ଚିତ୍ରକୋଣ୍ଡା ଥାନାରେ ଗଞ୍ଜେଇ କୁ ଦେଖାଗଲା ଯେ 76 ଗୋଟି ବ୍ୟାଗରେ 17 କୁଇଣ୍ଟାଲ 15 କେଜି ଆଠଶହ ଗ୍ରାମ ଗଞ୍ଜେଇ ଥିଲା l ଉକ୍ତ ଗଞ୍ଜେଇ କୁ ଆନ୍ଧ୍ର ପ୍ରଦେଶ କୁ ଚାଲାଣ କରାଯାଉଥିଲା l ଚିତ୍ରକୋଣ୍ଡା ଥାନା ପକ୍ଷରୁ କେଶ ନମ୍ବର 59/2022 ଅନୁଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋଟ କୁ ପଠାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post