mobile header

ଧୀରେଧୀରେ ବଢ଼ିବ ଦିନର ତାପମାତ୍ରା: ଉମାଶଙ୍କର

ଧୀରେ ଧୀରେ ଦିନର ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହେବା ​ନେଇ କୁହାଯାଇଛି । ଅବପାତ ଦୁର୍ବଳ ହେବାପରେ ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ତାହା ସହ ସେ ଆହୁରି ମଧ୍ୟ କହିଛନ୍ତି ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସବୁ ବନ୍ଦର ଗୁଡ଼ିକ ଉପରୁ ବିପଦ ସଙ୍କେତ ହଟାଇ ଦିଆଯାଇଛି ବୋଲି ଭୁନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.