mobile header

ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ସମସ୍ତ ଯୋଗ ଆସନ . . . . . . .

ଉଚ୍ଚତା ବଢିବା ଏବଂ କମ ହେବା ଶରୀରର ଶାରିରୀକ ସଂରଚନା ଉପରେ ନିର୍ଭର କରିଥାଏ । ଆପଣ ଚାହିଁଲେ ବ୍ୟାୟାମ ଏବଂ ଯୋଗ ଆସନ ଦ୍ୱାରା ନିଜର ଉଚ୍ଚତାରେ ପରିବର୍ତ୍ତନ କରିପାରିବେ । ସାଧାରଣତଃ ୨୩ରୁ ୨୪ ବର୍ଷ ପରେ ଉଚ୍ଚତା ବଢିବା ବନ୍ଦ ହୋଇଯାଇଥାଏ । କିନ୍ତୁ ସଠିକ ବ୍ୟାୟାମ ଦ୍ୱାରା ଉଚ୍ଚତା ବଢିଥାଏ । ଆସନ୍ତୁ ଜାଣିବା କେଉଁ ଆସନ କରିବା ଦ୍ୱାରା ଉଚ୍ଚତା ବଢିଥାଏ . . . . . .
୧. ତାଡାସନ – ଏହି ଯୋଗସନରେ ସମ୍ପୂର୍ଣ୍ଣ ଶରୀର ପାଦର ଆଙ୍ଗୁଠିରୁ ମୁଣ୍ଡ ପର୍ଯ୍ୟନ୍ତ ଷ୍ଟ୍ରେଚ ହୋଇଥାଏ । ଆସନରେ ସିଧା ଭାବରେ ଛିଡା ହୁଅନ୍ତୁ ହାତ କାନ ସିଧା ଉପରକୁ କରି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ଷ୍ଟ୍ରେଚ କରନ୍ତୁ । ଏହା ଦ୍ୱାରା ଶରୀରରେ ଉଚ୍ଚତାର ବୃଦ୍ଧି ହୋଇଥାଏ । ଏହା ୧୦ରୁ ୧୫ ବର୍ଷ ବୟସ ପିଲାମାନଙ୍କ ପାଇଁ ଖୁବ ଭଲ ଆସନ ।
୨. ବୃକ୍ଷାସନ – ବୃକ୍ଷାସନ ପରି ତ୍ରିକୋଣୀୟ ଆସନ ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆସନ ଉପରେ ସିଧା ଭାବରେ ଛିଡା ହୋଇଯାନ୍ତୁ । ଗୋଟିଏ ଗୋଡକୁ ଅନ୍ୟ ଏକ ଗୋଡର ଜଙ୍ଘରେ ରଖି ହାତକୁ ନମସ୍କାର ପୋଜରେ ଗୋଟିଏ ସ୍ଥାନକୁ ଲକ୍ଷ୍ୟ କେନ୍ଦ୍ରିତ କରି ରଖନ୍ତୁ ।
୩. ଶୀର୍ଷାସନ – ଶୀର୍ଷାସନ କରିବା ଦ୍ୱାରା ଶରୀରର ସମସ୍ତ ରକ୍ତ ମସ୍ତିଷ୍କକୁ ସଂଚାରଣ ହୋଇଥାଏ । ଏବଂ ଉଚ୍ଚତାରେ ବୃଦ୍ଧି ହୋଇଥାଏ । ଏହି ଆସନ କରିବା ପାଇଁ ମଥା ତଳକୁ ରଖି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ କରନ୍ତୁ । ଆପଣ ପ୍ରଥମେ ଧିରେ ଧିରେ କାନ୍ଥର ସାହାଯ୍ୟ ନେଇ ଆସନ କରନ୍ତୁ ଏବଂ ପରେ ଅଭ୍ୟାସରେ ପରିଣତ ହେଲେ ଆପଣ ବିନା ସହାୟତାରେ ଏହି ଆସନ କରିପାରିବେ ।
୪. ଉଷ୍ଟ୍ରାସନ – ଏହି ଆସନଟିକୁ ଓଟ ଆସନ ମଧ୍ୟ କୁହାଯାଏ । ଏହା ଆପଣଙ୍କୁ ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିବା ସହିତ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଏହି ଆସନ କିପରି କରିବେ ଜାଣିବା – ପ୍ରଥମେ ଆସନ ଉପରେ ଆଣ୍ଠୁ ସହାୟତାରେ ବସନ୍ତୁ । ଏହା ପରେ ଭୁଜଙ୍ଗାସନ କରି ହାତ ସାହାଯ୍ୟରେ ଗୋଡର ଗୋଇଠିକୁ ଧରିବାକୁ ଚେଷ୍ଟା କରନ୍ତୁ ।
୫. ପଶ୍ଚିମତାନାସନ – ଏହି ଆସନ ପିଠିର ମାଂସପେଶୀ ଏବଂ ବେକର ମାଂସପେଶୀରେ ଷ୍ଟ୍ରେଚ କରିଥାଏ । ଏହି ଆସନ କରିବା ପାଇଁ ଆସନ ଉପରେ ଗୋଡ ଲମ୍ବାଇ ବସନ୍ତୁ । ଏହା ପରେ ଆଗକୁ ହୋଇ ହାତର ସାହାଯ୍ୟରେ ପାଦକୁ ଧରନ୍ତୁ । ଏହା ଦ୍ୱାରା ଶରୀରର ଷ୍ଟ୍ରେଚ ହୋଇଥାଏ ଏବଂ ଉଚ୍ଚତା ବଢିବା ପାଇଁ ଏହା ସହାୟକ ହୋଇଥାଏ ।
୬. ଭୃଜଙ୍ଗାସନ – ଏହାକୁ କୋବ୍ରା ପେଜ ମଧ୍ୟ କୁହାଯାଏ । ଭୁଜଙ୍ଗାସନ କରିବା ଦ୍ୱାରା ଅଣ୍ଟା, ବେକର ଷ୍ଟ୍ରେଚ ହୋଇଥାଏ । ଏହା ପେଟ ଏବଂ ଅଣ୍ଟାରୁ ଚର୍ବି କମ କରିବାରେ ସାହାଯ୍ୟ କରିଥାଏ ଏବଂ ଉଚ୍ଚତା ବୃଦ୍ଧି ପାଇଁ ଏହା ମଧ୍ୟ ଏକ ଶ୍ରେଷ୍ଠ ଆସନ ଅଟେ ।

Leave A Reply

Your email address will not be published.