mobile header

ଉଇଂ କମାଣ୍ଡର ପଦରୁ ଅବସର ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପାଇଲଟ ଥିଲେ ଗୋପାଳକୃଷ୍ଣ

ଗୋପାଳକୃଷ୍ଣ ପଣ୍ଡା, ଉଇଂ କମାଣ୍ଡର, ପଦବିରୁ ଅବସର ନେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବ୍ୟକ୍ତିଗତ ପାଇଲଟ୍ ଭାବେ କାମ କରୁଥିଲେ। ୫୬ ବର୍ଷ ବୟସ୍କ ଗପୋଳକୃଷ୍ଣ ସାଥୀ ପାଇଲଟ୍ ଏପି ଶ୍ରୀବାସ୍ତବଙ୍କ ସହିତ ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟ ଠାରେ ରୁଟିନ ଅଭ୍ୟାସ କରୁଥିବା ବେଳେ ଅଗଷ୍ଟା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ‌ବେଳେ ରନ୍ୱେରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ହେଲିକ୍ପଟରଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା।

ଏପି ଶ୍ରୀବାସ୍ତବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଗୋପାଳକୃଷ୍ଣଙ୍କ ଡାକ୍ତରଖାନା ନେବା ବାଟରେ ଦେହାନ୍ତ ହୋଇଯାଇଛି। ଗୋପାଳଙ୍କର ସ୍ତ୍ରୀ ସହିତ ଝିଅ ଓ ପୁଅ ଅଛନ୍ତି। ସେମାନେ ସପରିବାର ରାୟପୁରରେ ରହୁଥିଲେ। ସେମାନେ ସ୍କୁଲରେ ପଢ଼ୁଛନ୍ତି। ଖବର ପାଇ ତାଙ୍କ ସାନଭାଇ ସମ୍ବଲରପୁରର ହୀରାରକୁଦ କଲୋନିରେ ରହୁଥିବା ଡାକ୍ତର ବିମଳ କୁମାର ପଣ୍ଡା ରାୟପୁର ଯାଇଛନ୍ତି। ଗୋପାଳଙ୍କ କାକା ଆଦିଶଙ୍କର ପଣ୍ଡା ମଧ୍ୟ ଉଇଂ କମାଣ୍ଡର ଥିଲେ। ଅବସର ପରେ ଗତ ଏପ୍ରିଲ୍ ୨୬ ୨୦୨୧ରେ ଦେହାନ୍ତ ହୋଇଯାଇଛି। ଗୋପାଳଙ୍କ ବାପା ଦୁର୍ଗାଶଙ୍କର ପଣ୍ଡା ସମ୍ବଲପୁର ଜିଲ୍ଲଶ ଯୁଯୁମୁରା ବ୍ଲକ୍ ସଦର ଥାନା ଅନ୍ତର୍ଗତ ବାହାମ ଗ୍ରାମର ହୋଇଥିବା ବେଳେ ସଂପ୍ରତି ସେ ସମ୍ବଲପୁର ହୀରାକୁଦ କଲୋନିଠାରେ ସାନ ପୁଅ ପାଖରେ ରହୁଛନ୍ତି। ଗୋପାଳକୃଷ୍ଣ କାକାଙ୍କ ପୁଅର ବ୍ରତଘର ସମ୍ବଲପୁରରେ ହେଉଥିବା ସୂଚନା ମିଳିଛି। ଏହି ଘଟଣା ପରେ ସଂପର୍କୀୟ ଓ ବାହାମ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.