mobile header

ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ଆଜି ଜଣେ ଭକ୍ତ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀମନ୍ଦିରକୁ ଦାନ କରିଥିବା ଭକ୍ତ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗାଁର ସୁପ୍ରଭା ପଣ୍ଡା। ସେ ଏହି ଦାନ ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।

ଏହା ପୂର୍ବରୁ ଏମ୍‌ ଏସ୍‌ କନ୍‌ସଲଟାଣ୍ଟର ମାଲିକ ଡ. ସୌମେନ୍ଦ୍ର ମହାନ୍ତି ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କରିଥିଲେ। ସେ ଏହି ଦାନ ଟଙ୍କାକୁ ନିଜର ପ୍ରତିନିଧିଙ୍କ ମାଧ୍ୟମରେ ଶ୍ରୀମନ୍ଦିରର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କୁ ହସ୍ତାନ୍ତର କରିଥିଲେ। ସେହିପରି ଭୁବନେଶ୍ୱରସ୍ଥିତ ବରମୁଣ୍ଡ ଅଞ୍ଚଳର ଭକ୍ତ ସୁବ୍ରତ ରଥ ୫ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମୋଟ ୭ କେଜି ୬୬୨ ମିଲି ଗ୍ରାମ ଓଜନର ୩ ଗୋଟି ରୁପା ଗରା, ୩ ଗୋଟି ରୁପା ଥାଳି, ୬ଗୋଟି ପଞ୍ଚୁ ଓ ପାତ୍ରୀ ଏବଂ ୩ଗୋଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଥିଲେ ।

Leave A Reply

Your email address will not be published.