mobile header

କଣ୍ଟାମାଳ: ମନ ମୁଣ୍ଡା ଏମ ପି ଏଲ କ୍ରିକେଟ ଟୁର୍ଣାମେଣ୍ଟ , ସିମ୍ବା ସୁପର କିଙ୍ଗ ଚମ୍ପିୟାନ


କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ହାଇ ସ୍କୁଲ ଖେଳ ପଡିଆ ରେ ଗତ 8/5/22 ରେ ଆଠଗୋଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏମ ପି ଏଲ କ୍ରିକେଟ ଟୁର୍ଣା ମେଣ୍ଟ ଉଦଯାପନୀ ହୋଇଯାଇଛି। ଏହି ଟୁର୍ଣା ମେଣ୍ଟ କୁ ଆୟୋଜନ କରିଥିଲେ ମନ ମୁଣ୍ଡା କ୍ରିକେଟ ଆସୋଷେଶନ ।ଆଜିର ଫାଇନାଲ ମେଚ ଶିମ୍ବା ସୁପର କିଙ୍ଗ ଓ କଳିଙ୍ଗ ୱାରିଅର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇଟି ଫର୍ମାଟ ରେ ଏହି ଫାଇନାଲ ମ୍ୟାଚ୍ ଖେଳା ଯାଇଥିବା ବେଳେ ପ୍ରଥମ 10 ଓଭର ବିଶିଷ୍ଟ ମ୍ୟାଚରେ ଶିମ୍ବା ସୁପର କିଙ୍ଗ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ 128 ରନ ସଂଗ୍ରହ କରିଥିବା ବେଳେ ସେହି ସ୍କୋର କୁ ପିଛା କରି କଳିଙ୍ଗ ୱାରିଅର୍ଷ ମାତ୍ର 76 ରନ ସଂଗ୍ରହ କରିଥିଲା । 6 ଓଭର ବିଶିଷ୍ଟ ଦ୍ୱିତୀୟ ଫର୍ମାଟ ମ୍ୟାଚ୍ ରେ ରେ ସିମ୍ବା ସୁପର କିଙ୍ଗ 70 ରନ ସଂଗ୍ରହ କରିଥିବା ବେଳେ ଉକ୍ତ 70 ରନ କୁ ପିଛା କରି କଳିଙ୍ଗ ୱାରିଅର୍ଷ 63 ରନ ସଂଗ୍ରହ କରି ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଏହି ପ୍ରଥମ ଏମ ପି ଏଲ କ୍ରିକେଟ ଟୁର୍ଣା ମେଣ୍ଟ ରେ ଚାମ୍ପିଅନ ହୋଇଥିଲା ସିମ୍ବା ସୁପର କିଙ୍ଗ। ହଜାର ହଜାର ଦର୍ଶକ ଏହି ଫାଇନାଲ ମ୍ୟାଚ୍ ର ମଜା ନେଉ ଥିଲେ। କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ଯୁକ୍ତ ମହିଧର ରଣା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ ଜିଲ୍ଲା ପରିଷଦ ଭାଇସ୍ ଚେୟାର ମେନ୍ ,କଣ୍ଟାମାଳ ବ୍ଲକ ଚେୟାର ମେନ୍ ଶ୍ରୀମତୀ ସସ୍ମିତା ସେନାପତି,ମନ ମୁଣ୍ଡା ସରପଞ୍ଚ ରଂଜୁ ବେହେରା,କଣ୍ଟାମାଳ ସରପଞ୍ଚ ସଂଘର ସଭାପତି ଶ୍ରୀଯୁକ୍ତ ସାର୍ଦୁଲ ନାଗ, ମନ ମୁଣ୍ଡା ଥାନା ଏସ ଆଇ ସନ୍ତୋଷ ମହାକୁଡ ଯୋଗ ଦେଇଥିଲେ। ଉକ୍ତ ମ୍ୟାଚରେ ଫାଇନାଲ ଦଳକୁ ଟ୍ରଫି ସହ ନଗଦ ଦଶ ହଜାର ଟଙ୍କା ଓ ପରାଜୟ ଦଳକୁ ଟ୍ରଫି ସହ ନଗଦ ଛଅ ହଜାର ଟଙ୍କା ପ୍ରଦାନ କରିଥିଲେ ସମସ୍ତ ଉପସ୍ଥିତି ସମସ୍ତ ମୁଖ୍ୟ ଅତିଥିଗଣ। ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ସ୍ରିବନ୍ତ ନାୟକ ଓ ରାକେଶ ବିଶି ସ୍କୋରର ଦାୟିତ୍ୱରେ ଥିଲେ ବିବେକ କର୍ଣ୍ଣ ଧାରା ବିବରଣୀ ଦେଇଥିଲେ ରଞ୍ଜନ ପଟ୍ଟନାୟକ । ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଜ୍ୟୋତି ବିକାଶ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୁନୁ ରାଜହଂସ। ସାତ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ସହଯୋଗ କରିଥିଲେ ମିଳନ ସାହୁ,ବିଶାଳ ତରିଆ, ଅନିଲ ,ସୁମନ, ମେହର୍ବା, ଅକୁର,ଅଜିତ,ସଞ୍ଜୟ ଓ ମନ ମୁଣ୍ଡା କ୍ରିକେଟ ଆଶୋସେଶନ ର ସମସ୍ତ ସଦସ୍ୟ ।

Leave A Reply

Your email address will not be published.