ହରଭଙ୍ଗା :-(14/05)ପ୍ରଥମ ଏଜୁକେସନ ଫାଉଣ୍ଡେସନ ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ଆନୁକୂଲ୍ୟରେ ରାଜ୍ୟ ସଂଯୋଜକ ହିମାଂଶୁ ପତି, ଜିଲ୍ଲା ସଂଯୋଜିକା ଦିପ୍ତିମୟୀ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ଭୈରବୀ କନିଷ୍ଠ ମହାବିଦ୍ୟାଳୟ,ପୁରୁଣାକଟକ ପରିସରରେ ଏକ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.. ଉକ୍ତ କାର୍ଯ୍ୟକ୍ରମରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା ବଦଳରେ ଶିକ୍ଷା କାର୍ଯ୍ୟକ୍ରମକୁ ଗାଁ ଗହଳିରେ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ପହଂଚାଇବା ଲାଗି ଅନୁଷ୍ଠାନର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ.ରାଜ୍ୟ ସ୍ତରରୁ ଭାଗ୍ୟଲଷ୍ମୀ ପୃଷ୍ଟି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗାଁ ଗାଁରେ ପିଲାଙ୍କର ଭାଷା ଓ ଗଣିତର ମୌଳିକ ଦକ୍ଷତା ବୃଦ୍ଧି ଦିଗରେ ଏପରି ତାଲିମ ଶିବିରର ଆବଶ୍ୟକତା ରହିଛି ବୋଲି ନିଜସ୍ୱ ମତ ରଖିଥିଲେ. କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ତାରାମଣି ପ୍ରଧାନ, ଏବିଇଓ ସ୍ୱରାଜ କଂହର, ସି ଆର ସି ସି ଫୁଲଚନ ନାଏକ, ଅଧ୍ୟାପକ ପ୍ରଶାନ୍ତ ସେଠି,ସଦାଶିବ ଜେନା, ପ୍ରଦୋଷ ପ୍ରଧାନ, ଅଧ୍ୟାପିକା ରୁବିନା ଷଡ଼ଙ୍ଗୀ ଆଦି ଅତିଥି ମାନଙ୍କ ଗହଣରେ ପ୍ରଥମ ବ୍ଲକ ସଂଯୋଜକ ଉପେନ୍ଦ୍ର ବେହେରା,ଜଗବନ୍ଧୁ ମହୋ ମାନସିଂ, ଶିବ ପ୍ରସାଦ ଦାସ, ସମ୍ବିତ ହୋତା, ବିଦ୍ୟାଧର ବେହେରା, ଅନୁ ସୁନା,ସମୀକ୍ଷା ରାଣୀ ଜେନା, ସରୋଜିନୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ.କାର୍ଯ୍ୟକ୍ରମ ଶେଷରେ ଉପେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ.
