
ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁନି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ମୋ ସରକାର ନୀତି ନିୟମକୁ କଲେ ଫୁ।ଗତକାଲି କୌଣଷି ଏକ ମାମଲାରେ ତାଳସର୍ଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମର ଶତାଧିକ ମହିଳା ଓ ପୁରୁଷ କୌଣଷି ଏକ ମାମଲାରେ ବାଉଁଶୁଣି ଥାନାକୁ ଆସିଥିଲେ। ସରକାରଙ୍କ ମୋ ସରକାର ନିୟମ ଅନୁଯାୟୀ ଜନସାଧାରଣ ଙ୍କୁ ଉତ୍ତମ ବ୍ୟବହାର ବା ଉଚିତ୍ ନ୍ୟାୟ ଯୋଗାଇ ଦେବାକୁ ନିୟମ ଥିବା ବେଳେ ତାହାର ବ୍ୟତିକ୍ରମ କରିଛନ୍ତି ଆଇ ଆଇ ସି ମହାଶୟ । ଜନସାଧାରଣ ସକାଳ 11 ଘଣ୍ଟାରେ ଉକ୍ତ ମାମଲା କୁ ନେଇ ଥାନାରେ ପହଞ୍ଚିଥିବା ବେଳେ ଆଇ ଆଇ ସି ମହାଶୟ ଙ୍କୁ ଏତେ ନିଦ ଲାଗୁଥିଲା ଜେ ତମ କଥା ତମେ ବୁଝ ମୁଁ ଯାଉଛି ଶୋଇବି କହିବି ବିଶ୍ରାମ କକ୍ଷକୁ ଚାଲି ଯାଇଥିଲେ। ଲୋକମାନେ ସନ୍ଧ୍ୟା 5 ଘଣ୍ଟା ପର୍ଯ୍ୟନ୍ତ 40 ଡିଗ୍ରୀ ଖରାରେ ବାବୁଙ୍କୁ ଥାନା ବାହାରେ ଗଛ ମୂଳେ ଅଖିଆ ଅପିଆ ଅପେକ୍ଷା କରି ବସିଥିଲେ। ସବୁ ବେଳେ ଚର୍ଚ୍ଚାରେ ଥିବା ଆଇ ଆଇ ସି ସୁବାସ ଚନ୍ଦ୍ର ରାୟଗୁରୁ ନିଜସ୍ଵ ଆଇନ କାନୁନ ଦେଖାଇ ବାହା ବାହା ନେଉଥିବା ବେଳେ ଉପରିସ୍ଥ ପୋଲିସ ଅଧିକାରୀ ମାନେ କାହିଁକି ବାବୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି କି ବଦଳି କରୁ ନାହାନ୍ତି ତାହା ଏବେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ସାମ୍ବାଦିକଙ୍କୁ ମାଡ଼ ଘଟଣା ହେଉ କି ଲକ୍ ଡାଉନ୍ ସମୟରେ ଫଳ ଦୋକାନୀ ଙ୍କ ଉପରେ ଦାଉ ସାଧିବା ଘଟଣା ହେଉ ଏମିତି ଅନେକ ଅଭିଯୋଗ ରହି ଆସିଛି ବାବୁଙ୍କ ନାଁରେ ।ତେଣୁ ତୁରନ୍ତ ବାବୁଙ୍କୁ ଉକ୍ତ ସ୍ଥାନରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି।