
ମାଲକାନଗିରି 18.5
ମାଲକାନଗିରି ଜିଲ୍ଲା ପ୍ରାକୃତିକ
ବିପର୍ଯ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ନରେ ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମିଳନୀ କକ୍ଷ ରେ ଜିଲ୍ଲପାଳ ଶ୍ରୀ ଵିଶାଲ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି. ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ବିରସେନ ପ୍ରଧାନ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କ ରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ. ବୈଠକ ରେ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ . ପ୍ରଥମେ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଓ. ଆର. ଏସ ପାକେଟ, ହଲୋଜେନ ବଟିକା , ବ୍ଲିଚିଙ୍ଗ ପାଉଡର, ଆମ୍ବୁଲାନ୍ସ ର ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ. ସେହିପରି ଅନ୍ୟାନ୍ୟ ବିଭାଗ ଯଥାକ୍ରମେ କୃଷି, ଯୋଗାଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଗୋଖାଦ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ , ସମସ୍ତ ବ୍ଲକ ଅଧିକାରୀ, ସମସ୍ତ ତହସିଲଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଯନ୍ତ୍ରୀ, ପୌରାଞ୍ଚଳ ଅଧିକାରି ଙ୍କୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଥିଲେ.
ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରା ଯାଇଥିଲା.