ମାଲକାନଗିରି,୧୯/୫ ମାଲକାନଗିରି ଜିଲ୍ଲା ହସପିଟାଲରେ ଆଜି ଏକ ସଫଳ ଅସ୍ତ୍ରପ୍ରଚାର ହୋଇଛି।ମୂତ୍ରାଶୟରୁ ୧୨ -ଶହ ଗ୍ରାମର ଏକ ପଥର ବାହାରିଲା।ଚିତ୍ରକୋଣ୍ଡା ଅଂଚଳର ଆରଏସି-୩ ଗ୍ରାମର ଦଶରଥ ଖିଲ(୩୮)ଙ୍କର ମୂତ୍ରାଶୟରେ ଯନ୍ତ୍ରଣା ଅନୁଭବ କରୁଥିଲେ।ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ଭଲ ହୋଇନଥିଲେ।ପରେ ସେ ମାଲକାନଗିରି ଆସି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।ଡାକ୍ତର ସପନ କୁମାର ଡିଣ୍ଡା ତାଂକର ମୂତ୍ରାଶୟରେ ଏକ ପଥର ରହିଥିବା କହିଥିଲେ।ଏହାକୁ ତୁରନ୍ତ ଅସ୍ତ୍ରପ୍ରଚାର କରିବାକୁ ପଡିବ ବୋଲି ପରାମର୍ଶଦେବା ପରେ ଆଜି ଏହାର ସଫଳଅସ୍ତ୍ରପ୍ରଚାରର ହୋଇଥିଲା।ଆନାସ୍ଥାସିଆ ଡାକ୍ତର ନିହାର ରଂଜନ ତ୍ରିପାଠୀଙ୍କ ସହ ସର୍ଜରୀ ସ୍ପେ ସିଆଲିଷ୍ଟ ସପନ କୁମାର ଡିଣ୍ଡା ଏହି ଅସ୍ତ୍ରପ୍ରଚାର କରିଥିଲେ।ଅସ୍ତ୍ରପ୍ରଚାର ପରେ ଦଶରଥଙ୍କ ମୂତ୍ରାଶୟରୁ ୧୨୦୦ ଗ୍ରାମର ଏକ ପଥର ବାହାରିଥିଲା।ଏବେ ଦଶରଥ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି।ପରିବାର ସମେତ ଜିଲ୍ଲାବାସୀ ଦୁଇ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ। ଏହି ପରି ସଫଳ ଅସ୍ତ୍ର ପ୍ରଚାର କରି ଗରିବ ଆଦିବାସୀଙ୍କ ଓ ଜିଲ୍ଲା ବାସୀଙ୍କ ପାଇଁ ଭଗବାନ ସଦୃଶ ପାଲଟିଛନ୍ତି ଡାକ୍ତର ସପନ କୁମାର ଦିଣ୍ଡ।
