mobile header

ବଣ୍ଡାଘାଟି ରେ ପ୍ରଥମ ଥର ପାଇଁ ବାଲ୍ୟ ବିବାହ ରୋକିବା ପାଇଁ ବଣ୍ଡାଉନ୍ନୟନ ସଂସ୍ଥା ତରଫ ରୁ ଅଭିନବ ପ୍ରୟାସ।

ମାଲକାନଗିରି
ପ୍ରଥମ ଥର ପାଇଁ ବଣ୍ଡାଜନଯାତି ଙ୍କ ପାଇଁ ପ୍ରାପ୍ତ ବୟସ୍କା ନବ ଦମ୍ପତି ଙ୍କୁ ଅର୍ଥ ରାଶି ପୁରସ୍କାର କରିଛନ୍ତି ସରକାର।ଯାହା ପାଇଁ ଏବେ ବେଶ ଉତ୍ସାହିତ ହୋଇଉଠିଚାନ୍ତି ବଣ୍ଡାଜନଜାତି।
-ବଣ୍ଡାଘାଟି ରେ ଉଠିବ ବାଲ୍ୟ ବିବାହ ପ୍ରଥା।
ବଣ୍ଡାଘାଟି ରେ ପ୍ରଥମ ଥର ପାଇଁ ବଣ୍ଡା ଯୁବକ ଯୁବତୀ ଙ୍କ ମନରେ ଉତ୍ସାହ।
ପ୍ରାପ୍ତ ବୟସ୍କା ବଣ୍ଡା ଦମ୍ପତି ଙ୍କ ପାଇଁ ୨୦ ହଜାର ଲେଖାଏଁ ପୁରସ୍କାର ରାଶି ଦେଇଛି ବଣ୍ଡାଉନ୍ନୟନ ସଂସ୍ଥା।

ବଣ୍ଡାଙ୍କ ମନରେ ଉତ୍ସାହ ଆଣିବା ପାଇଁ ବଣ୍ଡା ଉନ୍ନୟନ ସଂସ୍ଥା କରିଛି ଭିନ୍ନ ଏକ ପ୍ରୟାସ।ଆଜି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ର ମୁଦୁଲିପଡା ଠାରେ ୪୫ ତମ ବଣ୍ଡାଉନ୍ନୟନ ସଂସ୍ଥା ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ଏଥିରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଂଗୁଲୁ ଓ ତାଙ୍କ ସହ ବ୍ଲକ ଅଧକ୍ଷା ସଂସଦ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।ବଣ୍ଡାଉନ୍ନୟନ ସଂସ୍ଥା ର ମୁଖ୍ୟ ହୃଦରଞ୍ଜନ ସାହୁ ସଭାକୁ ପରିଚାଳନା କରିଥିଲେ।କିଛି ଗାଁ କୁ ଟ୍ରାକ୍ଟର ପିକଅପ ଭ୍ୟାନ ଦିଆଯାଇଥିବା ବେଳେ କିଛି ବେକାରୀ ଯୁବକ ଙ୍କୁ ବାଦ୍ୟଯନ୍ତ୍ର ଦିଆଯାଇଥିଲା।କିଛି ଗାଁ କୁ ଉନ୍ନତ ମାନର ଧାନ ରୋପଣ ପାଇଁ ଧାନ ଦିଆଯାଇଥିବା ବେଳେ ଗୋଟିଏ ଏସଏଜି ଗ୍ରୁପ ମହିଳା ମାନଙ୍କୁ ୮ ଲକ୍ଷ ର ଲୋନ ମିଳିଲା।ଏ ସବୁ ପରେ ମୁଖ୍ୟ ଆକର୍ଷଣ ଥିଲା ପ୍ରାପ୍ତ ବୟସ୍କା ବଣ୍ଡାଦମ୍ପତି ଙ୍କୁ ଅର୍ଥ ରାଶି ପୁରସ୍କୃତ କରିବା ସହ ଅନ୍ୟ ବଣ୍ଡା ଯୁବକ ଯୁବତୀ ମାନଙ୍କୁ ଏହା ଏକ ପ୍ରେରଣା ଯୋଗାଇବ ବୋଲି ଖଇରପୁଟ ବିଡ଼ିଓ ହୃଦ ରଞ୍ଜନ ସାହୁ କହିଛନ୍ତି।
-ହୃଦରଞ୍ଜନ ସାହୁ,ବିଡ଼ିଓ ଖଇରପୁଟ
-ବଣ୍ଡାଘାଟି ରେ ବାଲ୍ୟ ବିବାହ ଏକ ସାଧାରଣ କଥା।ଅଳ୍ପ ବୟସ ରେ ଯୁବକ ଯୁବତି ମନେ ବିବାହ କରନ୍ତି।ବୟସ ର ପ୍ରାପ୍ତ ସମୟରେ ଯାହାର ପରିଣାମ ଏମାନେ ଭୋଗି ଥାନ୍ତି।କିନ୍ତୁ ଏବେ ମିଳିଛି ଆଶା ର ସଂଚାର ବଣ୍ଡାଘାଟି ରେ ପ୍ରାପ୍ତ ବୟସ୍କା ମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଅଣ୍ଟା ଭିଡ଼ିଛି ବଣ୍ଡା ଉନ୍ନୟନ ସଂସ୍ଥା।ଆଜି ୧୦ ଜଣ ପ୍ରାପ୍ତ ବୟସ୍କା ନବ ବଣ୍ଡା ଦମ୍ପତି ବିବାହ କରିଥିବା ବେଳେ ଆଜି ସେମାନଙ୍କୁ ପୁରସ୍କୃତ କରାଯାଇଛି।ଏପଟେ ବିଧାୟକ କହିଛନ୍ତି ଏହି ପଦକ୍ଷେପ ସାଧାରଣ ତଥା ଅନ୍ୟ ବଣ୍ଡା ଯୁବକ ଯୁବତୀ ଙ୍କୁ ପ୍ରାରଣା ଜଗାଇବା ସହ ବୟସ ହେବା ପରେ ହିଁ ବିବାହ କରନ୍ତୁ ବୋଲି ସାଧାରଣ ରେ ଅନୁରୋଧ କରିଛନ୍ତି।ଏବଂ ନବ ବିବାହିତ ଦମ୍ପତି କହିଛନ୍ତି ବୟସ ହେବା ପରେ ବିବାହ କରିବା କଥା ପୁଅ କୁ ୨୧ ଓ ଝିଅ ଙ୍କୁ ୧୮ ବର୍ଷ ପରେ ହିଁ ବିବାହ କରିବା କଥା।

-ବଣ୍ଡାଘାଟି ର ଅନୁନ୍ନତ ଗାଁ ଗୁଡିକ ରେ ବାଲ୍ୟ ବିବାହ ଏକ ସାମାନ୍ୟ କଥା କିନ୍ତୁ ପରିବର୍ତନ ର ଏହି ସମୟ ରେ ସମସ୍ତଙ୍କୁ ବଦଳିବା ଦରକାର।ଯାହାର ପ୍ରଥମ ସୋପାନ ଚଢିବା ରେ ସଫଳ ହୋଇଛି ବଣ୍ଡାଉନ୍ନୟନ ସଂସ୍ଥା।

Leave A Reply

Your email address will not be published.