mobile header

ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ଢେଙ୍କାନାଳର ସୋହନ ମାହୁନ୍ତ

ଦାୟିତ୍ୱବାନ, କର୍ତବ୍ୟପ୍ରେମ, ସଚୋଟତା, ଭଳି ଶବ୍ଦ ଗୁଡିକ କେତେ ମୂଲ୍ୟବାନ ତାହାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ଜିଲ୍ଲା ମୁଖ୍ୟ ଡାକ ଘରେ ୧୧ ବର୍ଷ ଧରି ନିରବଛିନ୍ନ ସେବା ଦେଉଥିବା ପୋଷ୍ଟମ୍ୟାନ ଶୋହନ ମାହୁନ୍ତଙ୍କୁ ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ସମ୍ମାନରେ ସମ୍ମାନିତ କରିଛି ଓଡିଶା ଡାକ ସର୍କଲ ।

୨୦୧୧ ମସିହାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ ଘରେ ପୋଷ୍ଟମ୍ୟାନ କାର୍ଯ୍ୟ ତୁଲାଇ ଆସୁଛନ୍ତି ସୋହନ ମାହୁନ୍ତ । ଚିଠି, ମନି ଅର୍ଡର, ପାର୍ସଲ ନେଇ ସଠିକ୍ ସମୟରେ ଠିକଣା ଜାଗାରେ ପହଂଚାଇ ଦିଅନ୍ତି । ସକାଳ ସାଢେ ୮ଟାରେ ଡାକଘରେ ପହଂଚି ଚିଠି, ପାର୍ସଲକୁ ସଟିଂ କରିବା ପରେ ଠିକ୍ ୧୦ଟା ବେଳେ ସାଇକଲରେ ଚିଠି ବ୍ୟାଗ୍ ଟାଙ୍ଗି ବାହାରି ପଡନ୍ତି ଡାକ ସେବା ଯୋଗାଇବାକୁ । କରୋନା କାଳରେ ୪ହଜାର ୫୦୦ ଘରେ ୧୫୦ କୋଟିର କୋଭିଡ ସହାୟତା ବାଂଟିଛନ୍ତି ସୋହନ । ମେଡିସିନ ପାର୍ସଲ, ଆଇପିପିବି ଆକାଉଂଟ, ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଡାକ ସେବା ଯୋଗାଇବାରେ ମଧ୍ୟ ଏକ ନମ୍ବର ।

Leave A Reply

Your email address will not be published.