mobile header

ଆକ୍ସିଡେଣ୍ଟ ଷ୍ଟାଇଲରେ ହତ୍ୟା ଅଭିଯୋଗ: ନମ୍ବର ପ୍ଲେଟକୁ ଲିଭାଇ ଚଢାଇ ଦେଲେ ମିନି ଟ୍ରକ

ଫିଲ୍ମରେ ଯେମିତି କୌଣସି ଶତ୍ରୁକୁ ହଟାଇବା ପାଇଁ ଗୋଟିଏ ପକ୍ଷ, ଅନ୍ୟ ପକ୍ଷର ଲୋକଙ୍କ ଉପରେ, ଯୋଜନାବଦ୍ଧ ଭାବେ ଗାଡି ଚଢ଼ାଇ ଦେଇଥାନ୍ତି, ଏହି ଦୁର୍ଘଟଣା ଠିକ୍ ସେମିତି ଘଟିଥିବା ଅଭିଯୋଗ ହୋଇଛି ।

ଆଗରେ ଏକ ବାଇକରେ ଜଣେ ଲୋକ ଯାଉଛନ୍ତି । ପଛରେ ଏକ ମିନିଟ୍ରକ ଆସୁଛି । ଆଉ ଏହି ସମୟରେ ଅଚାନକ ମିନିଟ୍ରକଟି ବାଇକକୁ ଧକା ଦେଉଛି । ଆଉ ବାଇକ୍ ରାସ୍ତାକଡରେ ଥିବା ଏକ ଇନୋଭା ଗାଡିକୁ ଧକ୍କା ଦେଉଛି । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିଲେ ବି ପରେ ସାମନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଫିଲ୍ମର କାହାଣୀ ଭଳି ପୂର୍ବ ଶତ୍ରୁତା ପାଇଁ ଟାର୍ଗେଟ କରି ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଦୁର୍ଘଟଣାର ଶିକାର ହୋଇଥିବା ପରିବାରର ଲୋକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ହୋଟେଲ ମାଲିକ ସାନୁ ନାୟକ ଓ ସେହି ଅଂଚଳର ଚିତ ମହାନ୍ତିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଆଉ ସେଥିପାଇଁ ସାନୁକୁ ବାଟରୁ ହଟାଇବା ପାଇଁ ଅତି ଯୋଜନାବଦ୍ଧ ଭାବେ ଗାଡିର ନମ୍ବର ପ୍ଲେଟରେ ରଂଗ ବୋଳି ନିଜେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି

Leave A Reply

Your email address will not be published.