mobile header

ଡେଙ୍ଗୁ ରୋକୁବାକୁ ସ୍ୱତନ୍ତ୍ର ବୈଠକ l

ଚିତ୍ରକୋଣ୍ଡା:-21/05/2022-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲା ଅତିରିକ୍ତ ଜିଲାପାଳ ବିରସେନ ପ୍ରଧାନ ଅଧକ୍ଷତାରେ ଉପ ଜିଲାପାଳ ଅକ୍ଷୟ ଖେମୁଡୁ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱର ଖିଲ, ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ମାଲକାନଗିରି ଆଡିସନାଲ ସିଡ଼ିଏମଓ ଧନେଶ୍ୱର ମହାପାତ୍ର, ପିଏ-ଆଇଟିଡିଏ ଟର ତ୍ରିନାଥ ମାଝୀ, ମାଟିବନ୍ଧ ଯୋଜନା ର କାର୍ଯ୍ୟନିର୍ବାହୀ ଅଧିକାରୀ କବି ପ୍ରସାଦ ନାଥ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ମାର୍କେଟ ର ଦୋକାନ ତଥା ବଜାର କମିଟି ର ସଦସ୍ୟ, ଚିତ୍ରକୋଣ୍ଡା ସରପଞ୍ଚ ହରି ମୋହନ ଖିଲ, ସମିତି ସଭ୍ୟ ରାଜକମଳ ପୁରୋହିତ, ମହିଳା ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ଚର୍ଚ୍ଚି,ଆଶା ଓ ଅଙ୍ଗନବାଡି କର୍ମୀ, ସ୍ଵେଛାସେବି ଅନୁଷ୍ଠାନ, ଥାନା କର୍ମଚାରୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ଡେଙ୍ଗୁ ହଟାଇବା ନେଇ ଏକ ଜରୁରୀ କାଳୀନ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ପ୍ରଶାସନ ଉଦ୍ୟମ ସମସ୍ତ ଙ୍କ ସହଯୋଗରେ ପ୍ରଥମେ ଚିତ୍ରକୋଣ୍ଡା ଦୈନିକ ମାର୍କେଟ ର ଡ୍ରେନ ସଫା ସୁତର କରାଯିବ ପରେ ଦୋକାନୀ ମାନେ ନିଜେ ନିଜେ ଦୋକାନ ଆଗ ସଫା କରି ନିଜେ ଡଷ୍ଟବିନ ରେ ରଖିବେ କିଛି ଦିନ ମଧ୍ୟରେ ପ୍ରଶାସନ ତଥା ପଞ୍ଚାୟତ ଦ୍ଵାରା ଏକ ବେଟ୍ରି ଚାଳିତ ଗାଡି ତାକୁ ଉଠାଇ ବାହାରେ ପକାଇ ନଷ୍ଟ କରିବl ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଫଗିଙ୍ଗ କରାଯିବ, ଆଶା ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି ମଶାରୀ ଟାଣି ଶୋଇବା ଓ ଘର ଚାରିପାଖରେ ପରିଷ୍କାର ରଖିବା, ପାଣି ଜମା ନହେବାକୁ ଉପରେ ସଚେତନ କରିବାକୁ ଆଲୋଚନା ହୋଇଥିଲା

Leave A Reply

Your email address will not be published.