mobile header

ମହିଳାଙ୍କୁ ମାରି ୩ ବର୍ଷ ପାଇଁ ଜେଲ ଗଲା ମେଣ୍ଢା

ନୂଆଦିଲ୍ଲା: ମହିଳାଙ୍କୁ ମାରିଦେଲା ମେଣ୍ଢା। ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ଶିଙ୍ଗରେ ଭୁଷି ହତ୍ୟା କରିବା ଅଭିଯୋଗରେ ମେଣ୍ଢାକୁ ଜେଲ୍‌ ହୋଇଛି। ତାକୁ ତିନି ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଭଳି ଏକ ରୋଚକ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦକ୍ଷିଣ ସୁଡାନରେ।

ରିପୋର୍ଟ ମୁତାବକଳ ରୁମ୍ବେକ ଇଷ୍ଟ କାଉଣ୍ଟିରେ ୪୦ ବର୍ଷୀୟ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଅଭିଯୋଗରେ ଏକ ମେଣ୍ଢାକୁ ଗିରଫ କରାଯାଇଛି।ଉକ୍ତ ଅଭିଯୁକ୍ତ ମେଣ୍ଢା ନିଜ ଶିଙ୍ଗରେ ପ୍ରଥମେ ମହିଳାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଏହାପରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡିଥିଲେ। ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା

Leave A Reply

Your email address will not be published.