mobile header

ମାଲକାନଗିରି ପଞ୍ଚାୟତ ସମିତିର ସ୍ୱତନ୍ତ୍ର ପ୍ରଥମ ବୈଠକ ଅନୁଷ୍ଠିତ

ମାଲକାନଗିରି: ୨୫/୦୫/୨୨ ମାଲକାନଗିରି ଜିଲ୍ଲା ସଦର ମାଲକାନଗିରି ପଞ୍ଚାୟତ ସମିତି ଅଧିନସ୍ଥ ୧୯ ଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଓ ସଭ୍ୟ ଏବଂ ସରପଞ୍ଚ ବୃନ୍ଦଙ୍କୁ ନେଇ ଆଜି ମାଲକାନଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧,୦୦ ଘଣ୍ଟିକା ସମୟରେ ମାଲକାନଗିରି ପଞ୍ଚାୟତ ସମିତି ବୈଠକ ଗୃହ ଠାରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତ୍ତନ କେବିନେଟ୍ ମନ୍ତ୍ରୀ ତଥା ନବରଙ୍ଗପୁର ଲୋକ ସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ସମସ୍ତ ବିଭାଗ ସାଧାରଣ ବଣ୍ଟନ ବ୍ୟବସ୍ଥା, ଶିକ୍ଷା,ସମାଜ କଲ୍ୟାଣ,କୃଷି, ଉଦ୍ୟାନ ଓ ପ୍ରାଣୀଧନ,ମହିଳା ଓ ଶିଶୁ ବିକାଶ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ,ମତ୍ସ୍ୟ ଚାଷ,ଗ୍ରାମ୍ୟ ଉନ୍ନୟନ (R.D. / P.W,D.), ଉଠା ଜଳସେଚନ/ କ୍ଷୁଦ୍ର ଜଳସେଚନ
,ବିଦ୍ୟୁତିକରଣ ,ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉନ୍ନୟନମୂଳକ କାର୍ଯ୍ୟ ସମସ୍ତ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଓ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଏବଂ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଆଜିର ବୈଠକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ,ସମାରା ଅନୁଗୁ ,ବିଜେଡି ବରିଷ୍ଠ ନେତା ତଥା ମାର୍କାପଲ୍ଲୀସମିତି ସଭ୍ୟ ସହଦେଵ ମୁଦୁଲି ,ପାଣ୍ଡ୍ରିପାଣି ସମିତି ସଭ୍ୟ ସୁନ୍ଦର ରାୟ ସେଡା ,ଚାଲାଣ ଗୁଡା ସମିତି ସଭ୍ୟ ଆନନ୍ଦ ମାଲାକାର ,ଝରାପଲ୍ଲୀ ସମିତି ସଭ୍ୟ ନରଶିଙ୍ଗ ମାଡକାମୀ , ତଣ୍ଡାପାଲି ସମିତି ସଭ୍ୟା ଅନିମା ବିଶ୍ୱାସ ,ବୀର ଲକ୍ଷ୍ମଣ ପୁର ସମିତି ସଭ୍ୟା ଲିଲି ଖରା ,ସରପଞ୍ଚ ଘାସି ନାୟକ ,ସରପଞ୍ଚ ସୁନଧାର ମାଡକାମୀ ,ସରପଞ୍ଚ ଗଙ୍ଗାଧର ମାଡକାମୀ ,ସରପଞ୍ଚ ବିମଳା ମାଡକାମୀ ,ପେଡାକୋଣ୍ଡା ସରପଞ୍ଚ ଲକ୍ଷମା ପଡ଼ିଆମୀ ପ୍ରମୁଖ ଙ୍କ ସହ ମାଲକାନଗିରି ବ୍ଲକ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.