ଗ୍ରାହକଙ୍କୁ ଆଉ ଦେବାକୁ ପଡିବନି ରେସ୍ତୋରାଁରେ ସର୍ଭିସ ଚାର୍ଜ

ସାଧାରଣତଃ ଲୋକେ କୌଣସି ରେସ୍ତୋରାଣ୍ଟକୁ ଖାଇବାକୁ ଗଲେ ସେଠାରେ ରେସ୍ତୋରାଁ ସର୍ଭିସ ଚାର୍ଜ ବା ସେବା ଶୁଳ୍କ ଦେବାକୁ ପଡେ । କିନ୍ତୁ ଏଣିକି ଆଉ ଗ୍ରାହକଙ୍କଠୁ ରେସ୍ତୋରାଁଗୁଡିକ ଜୋର ଜବରଦସ୍ତ ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ । ଏନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବିଭାଗ ଚେତାଇ ଦେଇଛି ।
ସୂଚନା ଅନୁସାରେ, ଦେଶରେ ରେସ୍ତୋରାଁଗୁଡିକ ଗ୍ରାହକଙ୍କୁ ସେବା ଦେୟ ଦେବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ଗ୍ରାହକଙ୍କଠୁ ରେସ୍ତୋରାଁଗୁଡିକ ଜୋର ଜବରଦସ୍ତ ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ ବୋଲି ମନ୍ତ୍ରାଳୟ କହିଛି । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ୨ଜୁନରେ ନ୍ୟାସନାଲ୍ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଇଣ୍ଡିଆର ବୈଠକ ଡାକିଛି । କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂ ଏନଆରଏଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ରେସ୍ତୋରାଁ ଗୁଡିକ ଗ୍ରାହକଙ୍କଠାରୁ ସେବା ଶୁଳ୍କ ଅନ୍ୟାୟ ଭାବେ ଆଦାୟ କରୁଛନ୍ତି । ଏହି ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି କି, ଗ୍ରାହକମାନେ ସେବା ଦେୟ ଦେବାକୁ ବାଧ୍ୟ ହେଉଛନ୍ତି । ଏଭଳି ସମସ୍ୟା ଗ୍ରାହକଙ୍କୁ ପ୍ରତିଦିନ ସାମ୍ନା କରିବାକୁ ପଡୁଛି । ତେଣୁ ଉପଭୋକ୍ତା ବ୍ୟାପାର ବିଭାଗ ଏହାକୁ ବିସ୍ତୃତ ଭାବେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି

Leave A Reply

Your email address will not be published.