
ମାଲକାନଗିରି
ମାଲକାନଗିରି ସଦର ମହକୁମା ୱାର୍ଡନଂ. ୧୮, ନୂଆଗୁଡା ଏବଂ ଗାଣ୍ଡିଆଗୁଡାରେ ବିପିଏଲ କାର୍ଡଧାରୀ ମାନଙ୍କୁ ପଟ୍ଟା ବଣ୍ଟନ କରା ଯାଇଛିା ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦର ପୌରାଧ୍ୟକ୍ଷ ମନୋଜ ବାରିକ ଉପସ୍ଥିତ ରହି ୪୦ ଜଣ ବିପିଏଲ ହିତାଧିକାରୀଙ୍କୁ ଏହି ମାଗଣା ପଟ୍ଟା ବଣ୍ଟନ କରିଥିଲେ ଏହି କାଯ୍ୟକ୍ରମରେ ସହରାଞ୍ଚଳ ମିସନ ପରିଚାଳକ ଜଗନ୍ନାଥ ଖେମୁଡୁ, କେ. ରାହୁଲ, ନାଥନ ବାଲା ସହ ୱାର୍ଡନଂ. ୧୮ ନୁଆଗୁଡା, ଗଣ୍ଡିଆଗୁଡାର ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ ଆଗାମୀ ଦିନରେ ସଦର ମହକୁମାର ସମସ୍ତ ଅନ୍ୟ ବିପିଏଲ କାର୍ଡଧାରୀ ମାନଙ୍କୁ ଚିହ୍ନଟ କରା ଯାଇ ସେମାନଙ୍କୁ ମଧ୍ୟ ପଟ୍ଟା ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତିା ତେବେ ଦୀର୍ଘବର୍ଷ ଧରି ବିନା ସ୍ଥାୟୀ ପଟ୍ଟାରେ ରହୁଥିବା ଏହି ହିତାଧିକାରୀ ମାନେ ଆଜି ପଟ୍ଟା ପାଇବା ପରେ ପୌରଧକ୍ଷ ଶ୍ରୀ ବାରିକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।