ଆଜି କଣ୍ଟାମାଳ ବ୍ଲକ ସୁଣ୍ଡିପଦର୍ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପଦର୍ ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଗ୍ରାମବାସୀ ଉତ୍ସୁକତା ଓ ଆଗ୍ରହର ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ । ପରେ ଗ୍ରାମରେ କେନ୍ଦ୍ରୀୟ ଯୋଜନାରେ ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କୁ ବିଜେପି କାର୍ଯକର୍ତ୍ତା ମାନେ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଗ୍ରାମବାସୀ ଅବଗତ କରାଇଥିଲେ ଓ ଯଥା ଶୀଘ୍ର ଏହାର ସମାଧାନ ଦିଗରେ ନେତୃତ୍ଵଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ କାର୍ଯକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର, ରାଜ୍ୟ ସଂଯୋଜକ ନାରାୟଣ କର୍ମୀ, ଶରତ ଖଣ୍ଡଗିରି, ସ୍ଵାଧୀନ କଲତା, ସୁଶାନ୍ତ ସୁନା, କମଳ ମିଶ୍ର, ତ୍ରିଦେବ ନାୟକ ପ୍ରମୁଖ ବିଜେପି ପକ୍ଷରୁ ଯୋଗ ଦେଇ ଥିଲେ ।
