mobile header

ନାରାୟଣ ସେବା ଟ୍ରଷ୍ଟ ଦ୍ୱାରା ରକ୍ତ ଦାନ ଶିବିର ଆୟୋଜିତ

ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ମୟୂରଭଞ୍ଜ ଜିଲ୍ଲା ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ନାରାୟଣ ସେବା ଟ୍ରଷ୍ଟ, ବାରିପଦା ପକ୍ଷରୁ ଏକ ରକ୍ତଦାନ ଶିବିର ସହିତ ରକ୍ତଦାତା ଓ ସମାଜ ସେବୀ ମାନଙ୍କୁ ସମ୍ମାନ ଓ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଶିବିରକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ ସୌମ୍ୟ ରଞ୍ଜନ ନାୟକ, ମୟୂରଭଞ୍ଜ ଏଥଲେଟିକ ଆସୋସିଏସନ୍ ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ସଞ୍ଜୟ ଚୌଧୁରୀ, କାଉନସିଲର ଅନନ୍ତ ଦାସ, ସମାଜସେବୀ ଗଜେନ୍ଦ୍ର ସେନାପତି, ସାମ୍ବାଦିକ ଜଗତ ଜ୍ୟୋତି ବିଶ୍ୱାଳ, ସମାଜସେବୀ ଗୋପାଳ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ 5 ଜଣ ମହିଳା ସମେତ ମୋଟ 61 ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I

ଏହି ଅବସରରେ ସମାଜସେବୀ ଅମର ସେଠି, ସୋମନାଥ ସିଂହ, ବିମ୍ବାଧର ସାହୁ, ପରିତୋଷ ଦାଶ ତଥା ନିମ ପରିବାର, ଇଶା ଫାଉଣ୍ଡେସନ, ଆମେ ଅଶୀ, ପଶୁପକ୍ଷୀ ଓ ପ୍ରକୃତି ପ୍ରେମୀ ସଂଗଠନ, ଓଡିଶା ଡ୍ରାଇଭର ଆସୋସିଏସନ, ବାରିପଦା ଶାଖା ଓ କେନ୍ଦୁଝରର ଭରସା ଫାଉଣ୍ଡେସନ ଙ୍କୁ ନାରାୟଣ ସେବା ସମ୍ମାନ – 2022 ରେ ସମ୍ମାନିତ କରାଯାଇଥିଲା I ବର୍ତ୍ତମାନ ସୁଦ୍ଧା 100 ଥର ରକ୍ତଦାନ କରିଥିବା ଆୟୋଜକ ଡ଼ ନିରୋଜ କୁମାର ପୋଥାଳଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ଏହି ଶିବିର ପରିଚାଳନାରେ ସଂସ୍ଥାର ସମ୍ପାଦକ ପ୍ରତାପେଶ୍ୱର ଦାଶ, ଉପ ସଭାପତି ବସନ୍ତ କୁମାର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ଦାସ, କୋଷାଧକ୍ଷ ମନୋଜ କୁମାର ସେନାପତି, ସହ ସମ୍ପାଦକ ରଂଜିତ ଦାସ, ତଥା ରାକେଶ କୁମାର ଦ୍ବିବେଦୀ, ଇନ୍ଦ୍ରଜିତ ମହାନ୍ତ ଓ ରାଜେଶ କୁମାର ନନ୍ଦୀ ପ୍ରମୁଖ ସହାୟତା କରିଥିଲେ I
ସର୍ବଶେଷ ରେ ନାରାୟଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ନିରୋଜ କୁମାର ପୋଥାଳ ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.