mobile header

ସ୍ବାସ୍ଥ୍ୟ ସେବା ଦିଗକୁ ଅଗ୍ରଗତି କରିବାରେ ସହାୟକ ହୋଇଛନ୍ତି

ବୌଦ୍ଧ:Reporter ABUKHAN.

।ଡକ୍ଟର ଅଭୟ କୁମାର ଦାସ ଗତ ୧୦/୫/୨୦୨୧ ରେ ବୌଦ୍ଧ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୂପେ ଭାର ଗ୍ରହଣ କରିବାର ମାତ୍ର ଏକ ବର୍ଷରେ ବହୁତ ଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ବେଳେ ସେଗୁଡିକ ମଧ୍ୟରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରୁ ଅନୁଦାନ ଅର୍ଥ ଆଣି ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ , ସିମନ୍ସ କମ୍ପାନୀ ତରଫରୁ ସିଟି ସ୍କାନ ର ସୁବିଧା,ପି ଏଚ ଏଚ୍ ୫୦ ସର୍ଯ୍ୟା ବିଶିଷ୍ଟ ବେଡ୍,ସି ଏସ ସି ୨୦ ବେଡ୍ ଓ ପି ଏସ ସି ୬ ସଂଖ୍ୟା ବିଶିଷ୍ଟ ବେଡ୍ କରୋନା ମୁକାବିଲା ପାଇଁ କାର୍ଯ୍ୟ ଜାରି ରହିଛି। କୋରୋନା ଟୀକା ୩ଲକ୍ଷ୍ୟ ୪୬ ହଜାର ୮୧୨ ଜଣଙ୍କୁ ପ୍ରଦାନ କରିବା ,ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ୨୨ ଜଣ ହାର୍ଟ ରୋଗୀ ,୧୪ ଜଣ ପାଦ ଓ ହାତ ବଙ୍କା ଏବଂ ୨୬ ଜଣଙ୍କୁ ଆଖି ଅପରେସନ କରାଇ ଜିଳପାଇଁ ଗୌରବ ଆଣିଥିବା ସୂଚନା ଦେଇଛନ୍ତି।ପାଗଳ ଡାକ୍ତର ,କିଡନୀ ଡାକ୍ତର ,ଓ ୧୫ ଜଣ ହାର୍ଟ ରୋଗୀଙ୍କୁ ସମ୍ପୁଣ୍ଣ ରୂପେ ଚିକିତ୍ସା ଯୋଗାଇଦେବା ରେ ସମକ୍ଷକ ହୋଇଥିବା ସୂଚନା ଦେଇଛନ୍ତି।ଏମିତି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ସେ ବୌଦ୍ଧ ଜିଲ୍ଲା ରେ ସ୍ବାସ୍ଥ୍ୟ ସେବା କୁ ତୁରାନିତ କରିବା ପାଇଁ ଅଣ୍ଟା ଭିଡି ଥିବା ଖବର ପାଇ ଆମେ ମଧ୍ୟ ଗର୍ବ ଅନୁଭବ କରିଥିଲୁ । ଜଣେ ଡାକ୍ତର ମାତ୍ର ଗୋଟିଏ ବର୍ଷ ରେ ଏତିକି ମାତ୍ରାରେ ଯଦି ସ୍ବାସ୍ଥ୍ୟ ସେବା ଦିଗକୁ ଅଗ୍ରଗତି କରିବାରେ ସହାୟକ ହୋଇଛନ୍ତି ତାହା ହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପାଇବାରେ ନିଶ୍ଚିତ ରୂପେ ଉପକୃତ ହେବେ ବୋଲି ମନେ ହୁଏ।କିଛି ତଳ ସ୍ତରର କର୍ମଚାରୀ ଙ୍କ ଯୋଗୁଁ ଅବ୍ୟବସ୍ଥା ଘେରକୁ ସ୍ବାସ୍ଥ୍ୟ ସେବା ଟାଣି ହୋଇଯାଉଥିବା କହି ଦୁଃଖ ପ୍ରକାଶ କରିଥିଲେ ଡାକ୍ତର ଅଭୟ କୁମାର୍ ଦାସ।ଶେଷରେ ଯଦି ସମସ୍ତେ ରୋଗୀ ଓ ଡାକ୍ତର ଖାନା ମାନକରେ ଧ୍ୟାନ ଦେଇ ରୋଗୀଙ୍କୁ ଉଚିତ୍ ସେବା ଯୋଗାଇ ଦେଲେ ବୌଦ୍ଧ ଜିଲ୍ଲାକୁ ରୋଗ ମୁକ୍ତ ଜିଲ୍ଲା କରିହେବ ବୋଲି ଦୃଢତାର ସହ କହିଛନ୍ତି।

Leave A Reply

Your email address will not be published.