mobile header

ଏଜୁକେସନ୍ ୱାର୍ଲ୍ଡ ପତ୍ରିକା ଆୟୋଜିତ ପ୍ରାଇଭେଟ୍ ୟୁନିଭର୍ସିଟିଜ୍ ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ ସୋଆ ଏକ ନମ୍ବର


ଭୁବନେଶ୍ୱର, ୩୧/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ । ଇଂରାଜୀ
ପତ୍ରିକା “ଏଜୁକେସନ୍ ୱାର୍ଲ୍ଡ” ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରାଇଭେଟ୍ ୟୁନିଭର୍ସିଟିଜ୍ ର‌୍ୟାଙ୍କିଙ୍ଗ୍ ୨୦୨୨-୨୩
ରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ସୋଆ । ଏ ନେଇ ଶନିବାର ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ
ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୋଆକୁ ସମ୍ବର୍ଦ୍ଧିତ କରାଯାଇଛି ।
ନୂଆଦିଲ୍ଲୀ (ଏନ୍‌ସିଆର୍‌) ସ୍ଥିତ ଏକ ପଂଚତାରକା ହୋଟେଲ୍‌ରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆର
ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଗ୍ରେକ୍ୱେଷ୍ଟ ପ୍ରତିଷ୍ଠାତା ରିଷଭ ମେହେତାଙ୍କ ଠାରୁ
ବିଶ୍ୱବିଦ୍ୟାଳୟ ତରଫରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ।
ଏହି ର‌୍ୟାଙ୍କିଙ୍ଗରେ ଓଡ଼ିଶାରେ ସୋଆ ବିଶ୍ୱବିଦ୍ୟାଳୟ ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଥିବା
ବେଳେ ଦେଶରେ ୨୦ ତମ ସ୍ଥାନ ହାସଲ କରିଛି । ଏହି ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ
ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ର
ସେକ୍ରେଟେରୀ ଜେନେରାଲ୍ ଡକ୍ଟର ପଙ୍କଜା ମିତଲଙ୍କ ସମେତ ଏଜୁକେସନ୍ ୱାର୍ଲ୍ଡ ପତ୍ରିକାର ଫାଉଣ୍ଡିଙ୍ଗ୍ ଏଡିଟର୍‌
ଶ୍ରୀ ଦିଲ୍ଲୀପ୍ ଠାକୁର, ମ୍ୟାନେଜିଙ୍ଗ ଏଡିଟର ସୁମିୟା ୟାସ୍‌ମିନ, ଜେନେରାଲ୍ ମ୍ୟାନେଜର ତେଜାସ୍ ପଟନୀ ଓ
ମାର୍କେଟିଙ୍ଗ ମ୍ୟାନେଜର ଆସାନା ଜୈନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.