mobile header

ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ମାଲକାନଗିରି ପଞ୍ଚାୟତରାଜ ଜନ ପ୍ରତିନିଧି


ମାଲକାନଗିରି
ସଶକ୍ତ ପଞ୍ଚାୟତିରାଜ୍ ପାଈଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ କର କମଳ ରେ ଶୁଭ ଉଦ୍ଘାଟନ ହେବାକୁଥିବା।ଚଳିତ ମାସ ଦୁଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କିଟ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଈଁ, ଆଜି ସକାଳ ସମୟରେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ୍ ର ଅଧ୍ୟକ୍ଷ/ଅଧ୍ୟକ୍ଷ। ଏବଂ କିଛି ସରପଞ୍ଚ ଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା / ଉପାଧ୍ୟକ୍ଷ ସମେତ ସମସ୍ତେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖ ରୁ ଏକ ଘରୋଇ ବସ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ନୋଡାଲ ଅଫିସର ଭାବେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ କୁମାର ଭୋଇ ଏବଂ ଶ୍ରୀ ଡି ବିକ୍ରମ ଯୋଗଦାନ କରି ଦାଇତ୍ଵ ର ସହିତ ସମସ୍ତଙ୍କୁ ନେଇ ଗସ୍ତ କରିଛନ୍ତି।
ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ରଙ୍ଗର ସାଙ୍କେତିକ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଗସ୍ତ ର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ର ପ୍ରକଳ୍ପ ଅଧିକାରୀ ଶ୍ରୀ ବାଳମୁକୁନ୍ଦ ଭୂୟାଁ ଙ୍କ ସମେତ ସମସ୍ତ ଅଫିସର ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.