mobile header

ଡାଇରିଆରେ ଆକ୍ରାନ୍ତ ହେଲେ ଅନ୍ତେବାସିନୀ

ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ବ୍ୟାପିଲା ଡାଇରିଆ । ଉଦଳା ବ୍ଲକ ଶାଳଖୁଂଟା ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଡାଇରିଆ ବ୍ୟାପିଛି । ଡାଇରିଆରେ ଆକ୍ରାନ୍ତ ହୋଇ ୧୫ ରୁ ଅଧିକ ଛାତ୍ରୀ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଛାତ୍ରୀମାନେ ମଙ୍ଗଳବାର ରାତିରେ ଖାଦ୍ୟ ଖାଇ ଶୋଇ ଥିଲେ । ହେଲେ ହଠାତ ସକାଳ ସମୟରେ ଜଣେ ଦୁଇ ଛାତ୍ରୀଙ୍କର ଶରୀର ଅସୁସ୍ଥ ହୋଇଥିଲା । ଏବଂ ପରେ ଏହି ସଂଖ୍ୟା ବଢିଥିଲା । ଯାହାକି ଆଜି ୧୫ ରୁ ଅଧିକ ଛାତ୍ରୀ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଗତକାଲି ଏବଂ ଆଜି ମଧ୍ୟରେ ସମୁଦାୟ ୩୦ ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଫେରି ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.