mobile header

ପ୍ରେମିକାକୁ ଦେଖା କରିବାକୁ ଯାଇ ଯୁବକ ନିଖୋଜ ପ୍ରତିବାଦରେ ପରିବାର ବର୍ଗଙ୍କ ରାସ୍ତା ଅବରୋଧ

କାଲିମେଳା ତା ୧/୬|| ମାଲକାନଗିରି ଜିଲ୍ଲା ଏମ୍ଭି ୭୯ ଥାନା ଅନ୍ତର୍ଗତ ଏମ୍ ୭୨ ଗ୍ରାମରେ ମୋଟୁ ଥାନା ଅନ୍ତର୍ଗତ ଏହି ୭୫ ଗ୍ରାମବାସୀ ଆସି ଜଣେ ନିଖୋଜ ଯୁବକକୁ ଖୋଜିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ସୂଚନା ଅନୁଯାୟୀ ଏହି ୭୨ଗ୍ରାମର ଜଣେ ଜୈନେକ ଯୁବତୀଙ୍କ ସହ ଏହି ୭୫ ଗ୍ରାମର ତେଯେନ ମଣ୍ଡଳଙ୍କ ପୁଅ ପ୍ରେମ ସମ୍ପର୍କ ଥିଲା । ତେବେ ଦୀର୍ଘସମୟ ଧରି ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲ ପାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଯୁବତୀଙ୍କ ସହ ସାକ୍ଷାତ କରିବା ପାଇଁ ଏମ୍ ୭୨ ଗ୍ରାମକୁ ଯାଇଥିଲା । ତେବେ ଏହାପରେ ଉକ୍ତ ଯୁବକ ଜଣଙ୍କ ଏହାପରେ ନିଜ ଗାଁକୁ ଫେରିନଥିବା ବେଳେ ଆଜି ସକାଳୁ ତାଙ୍କୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ତେବେ ତାଙ୍କୁ ପାଇ ନଥିବା ବେଳେ ସେ ଏହି ୭୨ ଗ୍ରାମକୁ ରାତିରେ ଯାଇଥିବା କୌଣସି ମତେ ଜାଣିବାକୁ ପାଇଥିଲେ । ଏହାପରେ ଆଜି ରାତିରେ ଉତ୍ୟକ୍ତ ଲୋକେ ଏମ୍ ୭୨ ଗ୍ରାମକୁ ଯାଇ ସେଠାରେ ପହଞ୍ଚି ପଚରା ଉଚରା କରିଥିବା ବେଳେ ଯୁବକ ଜଣଙ୍କ ସେଠାକୁ ଆସିଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା କୌଣସି ସୁତରୁ ଜାଣିଥିଲେ । ଏହାପରେ ଯୁବକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଯୁବକଙ୍କ ନିଖୋଜକୁ ନେଇ ଉତ୍ତେଜିତ ହୋଇ ଯୁବତୀଙ୍କ ଘର ଲୋକଙ୍କ ଉପରେ ଦୋଷାରୋପ କରି ରାସ୍ତା ଅବରୋଧ କରିଥିଲେ । ନିଆଁ ଲଗାଇ ରାସ୍ତା ଅବରୋଧ କରିବା ଫଳରେ ଅନେକ ବସ ଓ ଗାଡି ରାସ୍ତାରେ ଅଟକି ରହିଛି । ତେବେ ଯୁବତୀଙ୍କ ପରିବାର ଲୋକେ ଏନେଇ ମୁହଁ ଖୋଲୁ ନଥିବା ସହ ତାଙ୍କ ପିତା କେଉଁ ଆଡେ ଚାଲି ଯାଇଥିବା ଜଣାପଡିଛି । ଖବରପାଇ ଏସି ୭୯ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ର ସ୍ପଷ୍ଟ ଚିତ୍ର ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି ।

Leave A Reply

Your email address will not be published.