mobile header

ଅକୁଣ୍ଠ ଭଲପାଇବା ଦେଇଥିବାରୁ ମୁଁ କୃତଜ୍ଞ: ନବୀନ

ବ୍ରଜରାଜନଗର ଉପନିର୍ବାଚନରେ ଦଳର ଦମ୍‌ଦାର ବିଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ବ୍ୟତୀତ ଦଳର ସମସ୍ତ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ନବୀନ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ‘‘ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବିଜେଡ଼ି ପ୍ରାର୍ଥୀ ଶ୍ରୀମତି ଅଳକା ମହାନ୍ତିଙ୍କୁ ମୋର ଶୁଭେଚ୍ଛା। ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ ମୋର କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ବିଜୟ ଆମର ସେବା ସଙ୍କଳ୍ପକୁ ଆହୁରି ଦୃଢ କରିଛି’’।

ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନରେ ଆଜି ବିଜେଡିର ବିପୁଳ ବିଜୟ ହୋଇଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ମୋଟ ୯୩ ହଜାର ୭୯୦ ଭୋଟ ପାଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଅଳକା ମହାନ୍ତି। ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ୨୭ ହଜାର ୫୬୫ ଭୋଟ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨ ହଜାର ୩୧୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.