mobile header

ନବୀନ ପଟ୍ଟନାୟକ – ସଂଘୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ
ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷ I ୧୯୪୭ ଅଗଷ୍ଟ ୧୫ ତାରିଖ ରେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହେବା ଏବଂ ୧୯୫୧-୧୯୫୨ ର ପ୍ରଥମ ସାଧାରଣ ନିର୍ବାଚନ ଠୁ ଆଜିଯାଏଁ ଯଦି ଭାରତୀୟ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଅନୁଶୀଳନ କରାଯାଏ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ ଭଳି ଗୋଟେ ପଟେ କେନ୍ଦ୍ର ସରକାର ତ ଅନ୍ୟ ପଟେ ରାଜ୍ୟ ସମୁଦାୟ ଦ୍ୱାରା ପ୍ରତିଷ୍ଠିତ ରାଜ୍ୟ ସରକାର ସମୂହ I ଏହି ଦୀର୍ଘ ୭୫ ବର୍ଷ ର ଇତିହାସ ରେ ଯଦି ସର୍ବପ୍ରଥମେ କୌଣସି ରାଜ୍ୟ ଏବଂ ବିଶେଷତଃ ରାଜ୍ୟ ର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଙ୍କ କେନ୍ଦ୍ର ସରକାରଙ୍କ ସହ ଉତ୍ତମ ସମ୍ପର୍କକୁ ଯଦି ଆଲୋକପାତ କରାଯାଏ ତେବେ ଓଡିଶା ଓ ନବୀନ ପଟ୍ଟନାୟକ ଙ୍କ ୨୨ ବର୍ଷ ର ଶାସନ ଏକ ସ୍ବର୍ଣ୍ଣାଭ ସ୍ଵାକ୍ଷର I ଲଗାତାର ଭାବେ କ୍ଷମତା ରେ ରହିବାରେ ଯଦିଓ ନବୀନ ପଟ୍ଟନାୟକ(୦୫-୦୩-୨୦୦୦ ରୁ ଆଜିଯାଏଁ ୨୨ ବର୍ଷ ୯୦ ଦିନ ଅଦ୍ୟାବଧି ) ସିକିମ ର ପବନ କୁମାର ଚାମଲିଂଗ (୧୨-୧୨-୧୯୯୪ ରୁ ୨୬-୦୫-୨୦୧୯) ୨୪ ବର୍ଷ ୧୬୫ ଦିନ ଏବଂ ପଶ୍ଚିମ ବଙ୍ଗ ର ଜ୍ୟୋତି ବାସୁ ଙ୍କ ଠୁ (୨୧-୦୬-୧୯୭୭ ରୁ ୦୫-୧୧-୨୦୦୦) ୨୩ ବର୍ଷ ୧୩୭ ଦିନ ମାତ୍ର ଅଳ୍ପ କେଇ ଦିନ ପଛରେ I ଯଦିଓ ନବୀନ ପଟ୍ଟନାୟକ ଙ୍କ ବର୍ତମାନ ର ଏହି କାର୍ଯ୍ୟକାଳ ଶେଷ ହେବା ବେଳକୁ ଅର୍ଥାତ ୨୮ ମଇ ୨୦୨୪ ବେଳକୁ ପଶ୍ଚିମ ବଙ୍ଗ ର ଜ୍ୟୋତି ବାସୁ ଙ୍କୁ ପଛରେ ପକାଇ ସିକିମ ର ପବନ କୁମାର ଚାମଲିଂଗ ଙ୍କ ଠୁ ମାତ୍ର ୭୫ ଦିନ ପଛରେ ଥିବେ I କିନ୍ତୁ ସାମ୍ପ୍ରତିକ ରାଜନୈତିକ ପାଣିପାଗ କୁ ବିଶ୍ଳେଷଣ କଲେ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ରାଜ୍ୟ ନିର୍ବାଚନରେ ପୁର୍ବାପେକ୍ଷ୍ୟା ନିଶ୍ଚିତ ଅଧିକ ବହୁମତ ବିଜେଡି ସପକ୍ଷରେ ଯିବା ସୁନିଶ୍ଚିତ I ଏବଂ ସେତେବେଳକୁ ନବୀନ ପଟ୍ଟନାୟକ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର କ୍ଷମତା ରେ ରହିବାର ସର୍ବାଧିକ ସମୟ ର ରେକର୍ଡ ଭାରତ ବର୍ଷ ରେ ଏକ ବିରଳ କୃତିତ୍ୱ ନିଶ୍ଚୟ I କେବଳ କ୍ଷମତା ରେ ରହିବାର ଅଭିପ୍ସା ନୁହେଁ ଏକ ଅର୍ଥନୈତିକ ଅନଗ୍ରସର ରାଜ୍ୟରୁ ପ୍ରଗତିର ନନ୍ଦିଘୋଷ କୁ ଆଗେଇନେଇ ଏକ ସମୂହ ବିକଶିତ ରାଜ୍ୟର ମର୍ଯ୍ୟାଦା ହାସଲ କରିବାର ନିରବଛିନ ପ୍ରଚେଷ୍ଟା ପାଇଁ ସଦା ସର୍ବଦା ପ୍ରୟାସ ଭାରତୀୟ ରାଜନୀତିରେ ବିରଳ I ସବୁଠୁ ମର୍ଯ୍ୟାଦା ର କଥା ହେଉଛି କ୍ଷମତାରେ ଥାଇ ପ୍ରତି ଥର ହେଉଥିବା ନିର୍ବାଚନ ରେ ସାଧାରଣ ଜନତା ଙ୍କ ଆସ୍ଥା ଓ ବିଶ୍ୱାସ କୁ ପାଥେୟ କରି ପୁର୍ବାପେକ୍ଷ୍ୟା ଅଧିକ ବହୁମତ ପାଇବା ନିଶ୍ଚୟ ଗୌରବ ଓ ଗରିମାମୟ I ସାଧାରଣତଃ ଭାରତୀୟ ରାଜନୀତିରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଏକ ଜଟିଳ ଓ ସର୍ଶକାତର ପ୍ରସଙ୍ଗ I କିନ୍ତୁ ଯେବେଠୁଁ ନବୀନ ପଟ୍ଟନାୟକ(୦୫-୦୩-୨୦୦୦ ରୁ ଆଜିଯାଏଁ ୨୨ ବର୍ଷ) ରାଜ୍ୟ ଭାର ନେଇଛନ୍ତି ସେବେଠୁଁ ଆଜିଯାଏଁ କେନ୍ଦ୍ର ରେ ଯେ କୌଣସି ସରକାର( ଅଟଳ ବିହାରୀ ବାଜପାୟୀ ଙ୍କ ୧୯-୦୩-୧୯୯୮ ରୁ ୧୩-୧୦-୧୯୯୯ କିମ୍ବା ଡ଼କ୍ଟର ମନମୋହନ ସିଂ ଙ୍କ ୨୨-୦୫-୨୦୦୯ ରୁ ୨୬-୦୫-୨୦୧୪ ଏବଂ ମାନ୍ୟଵର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୨୬-୦୫-୨୦୧୪ ରୁ ଆଜିଯାଏଁ ) ସେ କଂଗ୍ରେସ କି ବିଜେପି ଥିଲେ ମଧ୍ୟ ଉତ୍ତମ ସମନ୍ୱୟ ଓ ରାଜନୈତିକ ମର୍ଯ୍ୟାଦା ଓ ରାଜଧର୍ମର ପାଳକ ଭାବେ ଜଗନ୍ନାଥ ଦେଶ ଓଡିଶା ର ସ୍ୱାଭିମାନ ଓ ଗାରିମା କୁ ଅକ୍ଷୁଣ୍ଣ ରଖିବାରେ ସକ୍ଷମ ହୋଇଛନ୍ତି I ସେଥିପାଇଁ ତ ଅନେକ ସମୟରେ ମାନ୍ୟଵର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କୁ ନବୀନ ପଟ୍ଟନାୟକ ଙ୍କ ଠୁ ରାଜଧର୍ମ ର ମର୍ଯ୍ୟଦା ଓ ରାଜ୍ୟ କେନ୍ଦ୍ର ସୁ ସମ୍ପର୍କ ଓ ସମନ୍ୱୟ ର ଉଦାହରଣ ଦେଇଥାନ୍ତି I ବାସ୍ତବରେ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିତ୍ୱ ସାମ୍ପ୍ରତିକ ରାଜନୀତିରେ ଏବଂ ଆଗାମୀ କାଲି ର ପୀଢ଼ିପାଇଁ ଏକ ଆଦର୍ଶ ଓ ମାନଦଣ୍ଡ I

Leave A Reply

Your email address will not be published.