mobile header

ସୋଆ ପ୍ରଫେସରଙ୍କୁ ରାଜ୍ୟପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୦୪/୦୬: ଆଦିବାସୀ କୃଷକ ଏବଂ ପଶୁପାଳକମାନଙ୍କୁ ଶିକ୍ଷିତ କରାଇବା ଦିଗରେ
ପ୍ରଚେଷ୍ଟା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଡକ୍ଟର ବଳରାମ ସାହୁଙ୍କୁ ଓଡ଼ିଶାର ରାଜ୍ୟପାଳ
ପ୍ରଫେସର ଗଣେଶୀ ଲାଲ ସମ୍ବର୍ଦ୍ଧିତ କରିଛନ୍ତି ।
୨୦୦୮ ମସିହାରୁ କୃଷକ, ପଶୁପାଳକ, ବେରୋଜଗାର ଯୁବକ ଓ ମହିଳାମାନଙ୍କୁ ବିଜ୍ଞାନ, କୁଶଳୀ ଓ
ବୈଷୟିକ ଶିକ୍ଷା ପ୍ରଦାନ ସହିତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ଡକ୍ଟର ସାହୁ “ପଥେ ପାଠଶାଳା” ନାମକ ଏକ
ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ଏହି ଅବସରରେ
ବିସ୍ତୃତ ଭାବେ ଅବଗତ କରାଇଥିଲେ ।
ରାଜଭବନ ଠାରେ “ଇନ୍‌ଟରାକ୍ସନ ୱିଥ୍ ଆଚିଭରସ” ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ
ଡକ୍ଟର ସାହୁଙ୍କୁ ପ୍ରଫେସର ଲାଲ ନିମବଣ କରିଥିଲେ । ଏହି ଅବସରରେ “ପଥେ ପାଠଶାଳା” କାର୍ଯ୍ୟକ୍ରମ
ବିଷୟରେ ଜାଣିବା ନିମନ୍ତେ ରାଜ୍ୟପାଳ ଆଗ୍ରହ ପ୍ରକାଶ କରିଥିଲେ । ଡକ୍ଟର ସାହୁ ତାଙ୍କ ଦ୍ୱାରା ଲିଖିତ ପୁସ୍ତକକୁ
ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।
“ରାଜ୍ୟପାଳ ମୋ ପ୍ରୋଜେକ୍ଟର ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ମୁଁ
ମୋ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲି । ଏହା ଦ୍ୱାରା ମୁଁ ଖୁବ୍ ଉତ୍ସାହିତ ହେବା ସହ ନିଜକୁ ଭାଗ୍ୟବାନ
ମନେ କରୁଛି” ବୋଲି ଡକ୍ଟର ସାହୁ କହିଛନ୍ତି ।
ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ନିମନ୍ତେ ଡକ୍ଟର ସାହୁ ଜାତୀୟ
ପୁରସ୍କାର ଲାଭ କରିଛନ୍ତି । ୨୦୧୩ ମସିହାରେ ଚୀନର ଟିଆନ୍‌ଜିନ୍ ୟୁନିଭସି ର୍ଟି ଅଫ୍ ଫାଇନାନ୍ସ ଆଣ୍ଡ
ଇକୋନୋମିକ୍ସ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତୃତା ପ୍ରଦାନ ନିମନ୍ତେ ତାଙ୍କୁ ଆମବଣ
କରାଯାଇଥିଲା ।

Leave A Reply

Your email address will not be published.