mobile header

ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଗୋଟିଏ ପ୍ଲାଟଫର୍ମରେ ମିଳିବ ବହୁ ସରକାରୀ ଯୋଜନାର ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କ୍ରେଡିଟ୍-ଲିଙ୍କଡ ସରକାରୀ ଯୋଜନା ପାଇଁ ଏକ ସାଧାରଣ ପୋର୍ଟାଲ ଜନ ସମର୍ଥର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ସରକାରୀ ଯୋଜନା ଜରିଆରେ ଋଣ ନେବା ସହଜ ହେବ।

ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଆଇକନିକ୍ ୱିକ ସମାରୋହ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଜନ ସମର୍ଥ ପୋର୍ଟାଲର ଉଦଘାଟନ କରିଛନ୍ତି, ତାହାର ମୁଖ୍ୟ ଉଦ୍ଦେଶ୍ୟ ନାଗରିକଙ୍କ ପାଇଁ ସବୁ ସରକାରୀ ଯୋଜନା ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇ ଡିଜିଟାଲ ମାଧ୍ୟମରେ ସରଳ ଏବଂ ସୁବିଧା କରିବା ।

ଏହି ପୋର୍ଟାଲ ସମସ୍ତ ଲିଙ୍କଡ ଯୋଜନାର କଭରେଜକୁ ସୁନିଶ୍ଚିତ କରିବ। ଜନ ସମର୍ଥ ପୋର୍ଟାଲ ବାବଦରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭିନ୍ନ-ଭିନ୍ନ ମନ୍ତ୍ରଣାଳୟର ୱେବସାଇଟକୁ ଯିବା ପରିବର୍ତ୍ତେ ଏବେ ନାଗିରକମାନେ ଭାରତ ସରକାରଙ୍କ ଗୋଟିଏ ୱେବସାଇଟକୁ ଯିବେ । ପିଏମ କହିଛନ୍ତି, ୧୨ ସରକାରୀ ଯୋଜନାରୁ ପ୍ରତ୍ୟେକ ଯୋଜନାକୁ ପୋର୍ଟାଲରେ ପ୍ରଦର୍ଶିତ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଋଣ ନେଉଥିବା ଗ୍ରାହକଙ୍କ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ୨୦୧୮ରେ ବିଭିନ୍ନ ଋଣ ଯୋଜନା ପାଇଁ ଏକ ପୋର୍ଟାଲ http://psbloansin59minutes.com ଆରମ୍ଭ କରିଥିଲେ। ଏଥିରେ ଏମଏସଏମଇ, ହୋମ, ଗାଡି ଏବଂ ବ୍ୟକ୍ତିଗତ ଲୋନ ସାମିଲ ଅଛି । ଏହି ପୋର୍ଟାଲରେ ଏମଏସଏମଏଇ ଏବଂ ଅନ୍ୟ ଲୋକଙ୍କ ପାଇଁ ଋଣକୁ ବିଭିନ୍ନ ସରକାରୀ ବ୍ୟାଙ୍କ ଦ୍ୱାରା ୫୯ ମିନିଟରେ ମଞ୍ଜୁରୀ ଦିଆଯାଇଥାଏ । ପୂର୍ବରୁ ଏଥିପାଇଁ ୨୦-୨୫ ଦିନ ସମୟ ଲାଗୁଥିଲା।

Leave A Reply

Your email address will not be published.