
କଣ୍ଟାମାଳ,୭।୬- ମନମୁଣ୍ଡା ଥାନା ରାବିଡି ଗ୍ରାମର ପାଲେଶ୍ବର ହାତୀଙ୍କ ସମେତ ୪ଜଣ ଯୁବକ ମିଶି ଗ୍ରାମ ପାର୍ଶ୍ଵରେ ଥିବା ନାଳକୁ ମାଛ ମାରିବାକୁ ଯାଇ ନାଳ ନିକଟରେ ଚାଷଜମିକୁ ପାଣି ମଡେଇବା ପାଇଁ ଥିବା ପାଣିମଟର ବିଦ୍ୟୁତ ସଂସ୍ପର୍ଶରେ ଆଘାତ ଦେଇ ସ୍ବାମୀ ପୃଥ୍ୱୀରାଜ ମିଶ୍ରଙ୍କୁ ଗତ ୨ ତାରିଖ ଦିନ ମାରି ଦେଇଥିବା ନେଇ ଆଜି ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରାବିଡି ଗ୍ରାମର ମ୍ରୁତ ପ୍ରୁଥ୍ବରାଜଙ୍କ ସ୍ତ୍ରୀ ରୋଜାଲିନ ମିଶ୍ର। ଆହୁରି ମଧ୍ଯ ହତ୍ୟାକାରୀଙ୍କ ପ୍ରରୋଚନାରେ ଡାକ୍ତରଖାନା କର୍ତ୍ରୁପକ୍ଷ ତାଙ୍କ ସ୍ବାମୀଙ୍କ ଶବକୁ ବ୍ୟବଚ୍ଛେଦ ନ କରି କେଉଁ ଉଦ୍ଦେଶ୍ଯ ରଖି ଘରକୁ ନେଇ ଯିବାକୁ କହିଥିଲେ ବୋଲି ସନ୍ଦେହ କରିଛନ୍ତି ଶ୍ରୀମତୀ ମିଶ୍ର। ମନମୁଣ୍ଡା ପୁଲିସ ଉକ୍ତ ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗୁହାରି କରିଛନ୍ତି।
