

ବୌଦ୍ଧ.07.06.. ଚଳିତବର୍ଷ ବୌଦ୍ଧ ଜିଲ୍ଲା ର ବୌଦ୍ଧ ରେ ହେବାକୁଥିବା ଘୋଷ ଯାତ୍ରା କୁ ମହାସମାରୋହରେ ପାଳନକରିବାପାଇଁ ଜିଲ୍ଲା ପ୍ରଶାସନ, ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉଦ୍ୟମ ଜାରିରହିଛି!ଆଜି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ରଥଖଳlକୁ ଯାଇ ରଥ ତଦାରଖ କାରିଥିଲେ!ରଥର ଗୋଟିଏ ଚକ ନଷ୍ଟ ହୋଇଥିବା ବେଳେ ରଥ ବେଢାରେ ପଡ଼ିଥିବା ସମସ୍ତ ପଟlକୁ ପରିବର୍ତନ କରାଯିବ ବୋଲି ସୂଚନା ମିଳିଛି!ପରେ ମନ୍ଦିର ପରିସର ସଫା ସୁତୁରା କରାଇବା ପାଇଁ ବୌଦ୍ଧ NAC କୁ ନିର୍ଦେଶ ଦିଆଯାଇଥିଲା!ଫଳରେ NAC କର୍ମଚାରୀ ଙ୍କ ସମେତ ସୁଶ୍ରୀ ଦଳବେହେରା, ଲୋକସୂଚନା ଅଧିକାରୀ ରିତାକାନ୍ତି ବଳିୟାରସିଂ, ମନ୍ଦିର ପରିଚାଳନା କମିଟି ବ୍ରାହ୍ମଣ ସମାଜ ମିଳିତ ଉଦ୍ୟମ ରେ ସଫା କରିଥିଲେ!

