mobile header

ଆନ୍ତର୍ଜାତିୟ ପୁରଷ୍କାର ପ୍ରାପ୍ତ ଓଡ଼ିଆ ସିନେମା “ଭୋକ”ର ନିର୍ଦ୍ଦେଶକ ଜେନାପୁର ପୁଅ ରାଜୀବ

ଯାଜପୁର ଜିଲ୍ଲାର ଐତିହ ସମ୍ପର୍ଣ୍ଣ ସ୍ଥାନ ଜେନାପୁର ଠାରେ ଜନ୍ମିତ ରାଜୁବ ମହାନ୍ତିଙ୍କ ନିର୍ଦ୍ଦେଶିତ “ଭୋକ” ଚଳଚିତ୍ର ଆନ୍ତର୍ଜାତିୟ ଚଳଚିତ୍ର ମହୋତ୍ସବରେ ପୁରଷ୍କୃତ ହୋଇଛି! କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶା କାହାଣିକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇବା ପରେ ଏବେ ଜେନାପୁର ଅଞ୍ଚଳର ସୁନାପୁଅ ତଥା ଯୁବ କଳାକାର ଓ ନିର୍ଦ୍ଦେଶକ ରାଜୀବଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିଛି! ତୁଳସୀ ଦୁଇପୁତ୍ରରୁ ବାସିବା ପରି ଛୋଟ ପିଲାବେଳରୁ ହି ରାଜୀବଙ୍କ କଳାପ୍ରତି ଥିବା ପ୍ରଗାଢ ଅନୁରକ୍ତି ଫୁଟି ବାହାରିଥିଲା! ଜେନାପୁର ଠାରେ ସେ ଛାତ୍ର ଜୀବନ ବିତାଇବା ପରେ ଏବେ ଭୁବନେଶ୍ୱରରେ ରହି ନିଜର ସାଧନା ଚଳାଇଛନ୍ତି! ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ନିର୍ଦ୍ଦେଶିତ ଏହି ଓଡିଆ ଫିଲ୍ମ ପୁରସ୍କାର ଲାଭ କରିଛି । ଗତ ମେ ୨୯ରୁ ଜୁନ ୫ ଯାଏ ଲଣ୍ଡନଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା! ଏଥିରେ ବିଭିନ୍ନ ଦେଶରୁ ୨୫୦ରୁ ଉର୍ଦ୍ଧ୍ବ ବଛା ବଛା ସିନେମା ସ୍ଥାନ ପାଇଥିଲା ବେଳେ ଭାରତରୁ ପଠାଯାଇଥିବା କେତେକ ସିନେମା ମଧ୍ୟରେ ଏହି ଓଡିଆ ସିନେମା “ଭୋକ” ସ୍ଥାନ ପାଇଥିଲା! ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲକ୍ ଡାଉନ୍ ସମୟରେ ଏକ ଦମ୍ପତି ସାମ୍ନା କରିଥିବା ଦୁଃଖଦ ସ୍ଥିତି ଓ ସଂଘର୍ଷ ଉପରେ ଆଧାରିତ । ସୁରତରେ ରହୁଥିବା ଗୋଟିଏ ପରିବାର ଲକ୍ ଡାଉନ୍ ସମୟରେ କିଭଳି ଓଡ଼ିଶା ଫେରୁଛନ୍ତି ଏବଂ ରାସ୍ତାରେ କେଉଁସବୁ ସମସ୍ୟାର ସାମ୍ନା କରିଛନ୍ତି, ତାର ସଜଳ ଚିତ୍ରରୂପ ହେଉଛି ଏହି ଚଳଚ୍ଚିତ୍ର । ବିଶେଷକରି ଜଣେ ମହିଳାଙ୍କ ଭିଟାମାଟି ଫେରିବାର ଦୁଃଖ କାହାଣୀକୁ ଏଠାରେ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ ପ୍ରଭାବିତ କରିଥିବାବେଳେ ଏହାର ଭୟାବହତା ଓ ଏହାର ପ୍ରଭାବକୁ ସାମ୍ନାକୁ ଆଣିବାର ଏକ ପ୍ରୟାସ ହେଉଛି ‘ଭୋକ’ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଅନେକଙ୍କ ଜୀବିକା ଚାଲିଯାଇଥିଲାଏବଂ ଆହୁରି ଅନେକ ଏହି ଭାଇରସ୍ ସଂକ୍ରମିତ ହୋଇ ପ୍ରାଣ ହରାଇଲେ । ଏଭଳି ସ୍ଥିତିର ଚିତ୍ରଣ କରିଛି ଜ୍ୟୋତି ପ୍ରଡକ୍ସନ୍-ର ଏହି ଚଳଚ୍ଚିତ୍ର । “ଭୋକ’ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରାଜୀବ ମହାନ୍ତି ଦେଇଥିବାବେଳେ ଏହାର କାହାଣୀ, ଏବଂ ସଂଳାପ ଲେଖିଛନ୍ତି ରଞ୍ଜନ ଦାସ । ସଂପାଦନା କରିଛନ୍ତି ମାନସ ସାହୁ ଓ କ୍ୟାମେରା ପରିଚାଳନା କରିଛନ୍ତି ବିଶ୍ବଜିତ କୁଲାଡ ।ସେହିପରି ମୁଖ୍ୟ ଭୂମିକାରେ ଅଭିନେତା ଅଙ୍କିତ କୁମାର, କାବ୍ୟ କିରଣ ନଜର ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଚିରଞ୍ଜିବୀ, ଦୀପା, ପ୍ରତୀମ୍ ଓ ଅନ୍ୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ‘ଭୋକ’ ନିର୍ମାଣ କରିଥିବାବେଳେ ଏଥିରେ ସଂଗୀତ ଦେଇଛନ୍ତି ବିକାଶ ଦାସ

Leave A Reply

Your email address will not be published.