mobile header

ଅମୃତ ସରୋବର ଖନନକୁ କେନ୍ଦ୍ର କରି
ଗ୍ରାମରେ ଗଣ୍ଡଗୋଳ ବୃଦ୍ଧା ଗୁରୁତର

। କାଲିମେଳା ତା:୦୮/୦୬ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ସ୍ଥିତ ଏମ.ପି.ଭି:୫୩ ଗ୍ରାମରେ ଘଟିଯାଇଛି ତୁମୁଳକାଣ୍ଡ।ଜୀବନଭୟରେ ୬ ପରିବାର।ଗୁରୁତର ଆହତ ବୃଦ୍ଧା କବିତା ମଣ୍ଡଳଙ୍କ ସନ୍ତାନ ଜ୍ୟୋତିକା ମଣ୍ଡକଙ୍କ ଆରକ୍ଷୀ ଅଧିକ୍ଷକ, ମାଲକାନଗିରିଙ୍କ ନିକଟରେ ଅଭିଯୋଗ ଅନୁଯାୟୀ ଆଜି ସକାଳ୯ ସମୟରେ ଗ୍ରାମରେ ଅମୃତସରୋବର ଖନନ କୁ କେନ୍ଦ୍ର କରି ଘଟି ଯାଇଛି ଗଣ୍ଡଗୋଳ ଓ ମରଣାନ୍ତକ ଆକ୍ରମଣ।ଆକ୍ରମଣରେ ଗୁରୁତର ୭୦ବର୍ଷୀୟା ବୃଦ୍ଧା କବିତା ମଣ୍ଡଳ ଓ ଅନ୍ୟ ୫ଟି ପରିବାର ୧୯୮୬ ମସିହା ଠାରୁ ଉକ୍ତ ଜାଗାରେ ରହିଆସିବା ସଙ୍ଗେସଙ୍ଗେ ରାଜସ୍ୱ ବିଭାଗକୁ ରୀତିମତ ଭାବେ ଖଜଣା ପୈଠ କରିଆସୁଛନ୍ତି।ଗତ କିଛିଦିନ ତଳେ ସରକାରଙ୍କ ତରଫରୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଅମୃତ ସରୋବର ଯଜୋନ।ରେ ଏକ ବନ୍ଧ ଖୋଳାଇବାର ପ୍ରସ୍ତାବ ଦିଆଯାଇଥିଲା।ତେବେ ଗ୍ରାମର ସଭାପତି ପ୍ରେମାନନ୍ଦ ବିଶ୍ୱାସ ଗଣ୍ଡଗୋଳ ହୋଇଥିବା ସ୍ଥାନରେ ପୋଖରୀ ଖୋଳିବା ପାଇଁ ପ୍ରସ୍ତାବ ଦେଇଥିଲେ। ତେଣୁ,କବିତା ମଣ୍ଡଳ ଏବଂ ତାଙ୍କ ପରିବାର ଲୋକେ ମିଶି ତହସିଲଦାର,ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ।ତଥାପି ତହସିଲ କିମ୍ବା ରାଜସ୍ୱବିଭାଗ ଦ୍ୱାରା ସୀମା ନିର୍ଦ୍ଧାରଣ ଏବଂ ଜାଗା ଚିହ୍ନଟ ନହେଉଣୁ ଗ୍ରାମର ସଭାପତି ପ୍ରେମାନନ୍ଦ ବିଶ୍ୱାସ,ଅମୃତ ମଣ୍ଡଳ,ଶ୍ରୀମତୀ ଚଣ୍ଡୀ ମଣ୍ଡଳ ସେହି ଜାଗା ଘେରା ଯାଇଥିବା ବାଡ଼ ଭାଙ୍ଗି ଜୋର ଜବରଦସ୍ତ jcb ଲଗାଇ ବନ୍ଧ ଖୋଳିବା ସମୟରେ କବିତା ମଣ୍ଡଳ ଓ ତାଙ୍କ ପୁଅ ବୋହୂ ଅନ୍ୟ ୫ଟି ପରିବାର ଵାରଣ କରିଥିଲେ। ଫଳରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ।ଗଣ୍ଡଗୋଳରେ କବିତା ମଣ୍ଡଳ,ତାଙ୍କ ପୁଅବୋହୁ,ଅନ୍ୟ ୫ଟି ପରିବାରର ସଦସ୍ୟ ଆହତ ହୋଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି କବିତା ମଣ୍ଡଳ। ଘଟଣାସ୍ଥଳ ରେ ଗଣ୍ଡଗୋଳ ଧକ୍କା ଓ ମାର ପିଟ ହୋଇ ଥିଲା ଫଳରେ ଅଚେତ ହୋଇଯାଇଥିଲେ କବିତା।ତାଙ୍କୁ ପ୍ରଥମେ ଏମ.ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଅଣାଯାଇଥିଲା , ଅବସ୍ତା ସଙ୍କଟାପନ୍ନ ଥିବାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିଲା ତାପରେ ଏଠାରୁ ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରି ଚିକିତ୍ସା କିଛି ସମୟ କରାଯାଇ ଜିଲ୍ଲାରୁ ତାଙ୍କୁ ଡାକ୍ତର ପରାମର୍ଶ କ୍ରମେ ବ୍ରହ୍ମପୁର ଚିକିତ୍ସା ଳୟ ସ୍ଥାନାନ୍ତରଣ କରାଯାଇଛି । ଏ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଅଛି ଯେ ତିନିଚାରି ଜଣ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିବା ପରେ ମଧ୍ୟ ଯଦି ନ୍ୟାୟ ମିଳିପାରିନାହିଁ ତେବେ,ସରକାରଙ୍କ ବିଭିନ୍ନ ବ୍ୟବସ୍ଥା ତଥା ମାଳମାଳ ଯଜୋନା କାହାପାଇଁ? ଦେଖାଯାଉ ପ୍ରଶାସନ ଘଟଣା ଟିକୁ ଅନୁଧ୍ୟାନ କରି କଣ କେମିତିଆ ପଦକ୍ଷେପ ନେଉଛି ଜମି ପାଇ ଲଢେଇ କରି ଆହାତ ଗୁରୁତର ପୀଡିତ ଙ୍କ ଛଅ ପରିବାର ପାଁଇ କି ପ୍ରକାର ନ୍ଯାୟ ପ୍ରଦାନ କରୁଛନ୍ତି । ଏ ସଙ୍କ୍ରାନ୍ତ ରେ ମୋଟୁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଶୋକ କୁମାର ବିଶୋଇ ଙ୍କୁ ଯୋଗାଯୋଗ କରିବାରୁ ଘଟଣାଟି ସତ ଓ ଏ ନେଇ ରାଜସ୍ବ ବିଭାଗ ର ଅଧିକାରୀ ତଥା ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଙ୍କୁ ଅବଗତ କରାଇ ଉକ୍ତ ଜାଗା ଗଣ୍ଡଗୋଳ ର ସମସ୍ଯାର ସମାଧାନ ପାଇ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।


ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.