mobile header

ତିନି ଗଞ୍ଜେଇ ଚୋରାଚାଲାଣ କାରୀଙ୍କ ସହ ଗୋଟିଏ କାର ଜବତ।

କାଲିମେଳା ତା ୧୦/୬ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ.ଭି ୬୬ ନିକଟରେ ରାତ୍ରିକାଳିନ ପେଟ୍ରଲିଙ୍ଗ ସମୟ ରେ ଗୋଟିଏ ଧଳା ରଙ୍ଗର କାର ସହିତ ୮୦ କେଜି ଗଞ୍ଜେଇ ସହ ୩ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।ଜବତ ଗଞ୍ଜେଇ ଓଡ଼ିଶାରୁ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର,ତେଲେଙ୍ଗାନା ଓ ଛତିଶଗଡ ରାଜ୍ଯ କୁ ଚୋରାଚାଲାଣ ହୋଇଥାନ୍ତା ବୋଲି ପୋଲିସ ସୂତ୍ର ରୁ ଜଣାପଡାଛି।ଜବତ ଗଞ୍ଜେଇ ର ମୂଲ୍ଯ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପ୍ରକାଶ କରିଛନ୍ତି ।ଗଞ୍ଜେଇ ଚୋରାଚାଲାଣକାରୀ ମାନେ ରାତ୍ରି ରେ ଗୋଟିଏ ଧଳା ରଙ୍ଗର ଏମହେଚ୦୪ଇଡି ୭୬୪୬ ନମ୍ବର ବିଶିଷ୍ଟ କାର ରେ ଦୃତଗତିରେ ଯାଉଥିବା ସମୟରେ ଗାଡି ଉପରେ ସନ୍ଦେହ ହେବାରୁ ଗାଡିଟି କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଗାଡି ଭିତରେ ରେ କାଲିମେଳା ପୋଲିସ କିଛି ବସ୍ତାରେ ଗଞ୍ଜେଇ ଥିବା ଦେଖୀବାକୁ ପାଇଥିଲେ ।ଉକ୍ତ ଗଞ୍ଜେଇ ଜବତ କରିବା ସହିତ ତିନି ଗଞେଇ ଚୋରାଚାଲାଣ କାରୀଙ୍କୁ ଗିରଫ କରିଥିଲା କାଲିମେଳା ପୋଲିସ । ଏହି ପେଟ୍ରୋଲିଙ୍ଗ ରେ କାଲିମେଳା ଥାନା ର ଏସ.ଆଇ ଅଜିତ ସିଂ ବରିହା ଓ ତାଙ୍କର ଟିମ ସାମିଲ ଥିଲେ। । ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ଅତିକ ସହିଦ , ଅମଜାତ ଖାନ , ଆଜାନ ଅହମଦ କୁ ଗିରଫ କରି କାଲିମେଳା ଥାନା ତରଫରୁ ଏନଡିପିଏସ କେସ ନଂ୧୫୫ / ୨୨ ରେ ଗଞେଇ ଚୋରା ଚାଲାଣ ସମ୍ପୃକ୍ତ ଥିବାତିନି ଅଭିଯୁକ୍ତ କୋର୍ଟଚାଲାଣ କରାଯାଇଛି।ଏହି କେସ ର ତଦନ୍ତକାରୀ ଅଫିସର ଏସ.ଆଇ ଡି.ସୁନାନି ଅଟନ୍ତି ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି।

Leave A Reply

Your email address will not be published.