ବୌଦ୍ଧ-: କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ନ ମାନିଲେ ପଥର । ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖେଇବୁ ଯାହା ଆପଣ ବି ଦେଖି ଚକିତ ହେଇଯିବେ । ଆଉ ଯଦି ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି ଆପଣ ବି ଆଶ୍ଚର୍ଯ୍ୟ ହେଇ ଯିବେ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସ୍ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲ ଙ୍କ ଘରେ । ଆଜି ଲଳିତ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି ନିଜର ବ୍ୟବସାୟକୁ ଚାଲି ଯାଇଥିଲେ । ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ପିଲାଙ୍କୁ କଚିଂଗ୍ ସାରିବା ପରେ ନିଜ ସ୍ବାମୀ ଙ୍କୁ ଜଳଖିଆ ଖାଇବା ପାଇଁ ଡାକିଥିଲେ ହେଲେ ଲଳିତ ଘରକୁ ଆସି ଦେଖିବା ବେଳକୁ ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡ଼ିଥିବାର ଦେଖିଥିଲେ । ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ନଥିବା ଦେଖି ଘରର ଚାରିପଟେ ଖୋଜିବାରେ ଲାଗିଥିଲେ ପୁରା ପରିବାର । ହେଲେ ହଠାତ୍ ତାଙ୍କ ଝିଅ ବାରିପଟ ଆମ୍ବ ଗଛରେ ବସିଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ଘଟଣାଟି ପ୍ରଘଟିତ ହେବା ପରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼ । ବର୍ତ୍ତମାନ ଆଧୁନିକ ଯୁଗରେ ହୁଏତ କିଏ ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲଳିତ ଙ୍କ କେବଳ ଦୁଇଟି ଝିଅ, ନିଜର ପୁଅ ନଥିବାରୁ ଠାକୁର ଘର ଶ୍ରୀକୃଷ୍ଣ ଭଗବାନ ଙ୍କୁ ନିଜ ପୁଅ ଭଳି ମାନନ୍ତି ତାଙ୍କ ସ୍ତ୍ରୀ ସଙ୍ଗୀତା । ଯାହାକି ଆଜି ଏ ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ କେତେବେଳେ ରୋଷେଇ ଘର ତ ଆଉ କେତେବେଳେ ଘରର ବିଭିନ୍ନ ସ୍ଥାନରେ ଦେଖାଦିଅନ୍ତି ଭଗବାନ ଶ୍ରୀକୃଷ୍ଣ । ଯାହାକି ସଙ୍ଗୀତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଏଭଳି ଲୀଳା ଖେଳା କରୁଥିବା କହିଛନ୍ତି । ଆଜି ଅଞ୍ଚଳରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.