mobile header

ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ନଥିଲେ, ସି ଡି ଏମ ଓ ରୋଗୀଙ୍କ ଜୀବନ ବଞ୍ଚlଇଲେ


ଫୁଲବାଣୀ -11/6(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ର ସଦର ମହକୁମା ଫୁଲବାଣୀ ରେ ରହିଛି ମୂଖ୍ୟ ଡାକ୍ତର ଖାନା l ଏଠାକୁ ପ୍ରତିଦିନ ଗୁରୁତର ରୋଗୀ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥାଏ l ଲୋକେ ବି ବହୁ ଆଶା ଭରସା ନେଇ ଆସିଥାନ୍ତିl ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ ସେଠି ନାମକ ଜଣେ ମହିଳା କୌଣସି କାରଣ ରୁ ବିଷାକ୍ତ ଦ୍ରଵ୍ୟ ପିଇ ଦେବା ଫଳ ରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l
ତେଵେ ଶୁକ୍ରବାର ଜଣେ ଅଧେ ଡାକ୍ତର ଙ୍କୁ ଛାଡିଦେଲେ ଅନ୍ୟ ସବୁ ଡାକ୍ତର ମାନେ ଅନ୍ୟତ୍ର ସରକାରୀ କାର୍ଯ୍ୟରେ ଚାଲିଯାଇଥିଲେ l
ଏପରି ସ୍ଥଳେ ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା ନକରୀ ବାହାରକୁ ନେବାଲାଗି ରେଫେର କରିଦେଇଥିଲେl ଫଳରେବାଧ୍ୟ ହୋଇ ସାମ୍ବାଦିକଙ୍କୁ ଜଣାଇଥିଲେ ଅସୁସ୍ଥ ମହିଳାଙ୍କ ସ୍ୱାମୀ l
ଖବର ପାଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସନ୍ତୋଷ ଦିଗଲ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଦୁଇଜଣ ଯାଇ ହସ୍ପିଟାଲ ମ୍ୟାନେଜେର ଙ୍କ ସହ ଅଲୋଚନା କରିଥିଲେ ସେ ନଶୁଣିବା ଫଳରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇବାପରେ ସି ଡ଼ିଏମ ଓ ଡା. ମନୋଜ ଉପାଧ୍ୟାୟ କାଳ ବିଳମ୍ବ ନକରି ତୁରନ୍ତ ଆସି ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଵାସହ ନିଜେ ଆନ୍ତରିକତାର ସହ ରେବତୀ ର ଚିକିତ୍ସା କରି ନିଶ୍ଚିତ ମୃତ୍ଯୁ ମୁଖରୁ ବଞ୍ଚl ଇ ଥିଲେ l
ଏବେ ସେ ସମ୍ପୁର୍ଣ ସୁସ୍ଥ ଅଛନ୍ତି l
ସିଡଏମଓଙ୍କ ଡା, ମନୋଜ ଉପାଧ୍ୟାୟ ଙ୍କ ଏଭଳି ସେବା ମୂଳକ ମନୋଭାବ ନିଶ୍ଚିତ ପ୍ରସଂଶନୀୟl
ସିଡିଏମ ଓ ଚିକିତ୍ସା ଯୋଗୁଁ ପତ୍ନୀରେବତୀ ସୁସ୍ଥ ହୋଇଥିବାରୁ
ରେବତୀଙ୍କ ସ୍ୱାମୀ ଦୁଃଶାସନ ସେଠି ସିଡିଏମ ଓ ଙ୍କୁ ଧନ୍ୟବାଦ ଜଣାଇବା ସହ ଅଫିସର ହେବ ତ ଏମିତି ??କହିଛନ୍ତି l ସିଡ଼ିଏମଓ ଙ୍କ ପ୍ରତି ଦୁଃଶାସନ ର କୄତଜ୍ଞତl ଜଳଜଳ ହୋଇ ବାରି ହୋଇପଡୁଥିଲା

Leave A Reply

Your email address will not be published.