୧୧/୦୬/୨୦୨୨ ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସପିଟାଲ ଉପରେ କେବଳ ମୟୂରଭଞ୍ଜ ନୁହେଁ ପୋଡଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ନିର୍ଭର କରିଥାନ୍ତି।ଯୋଉଥିପାଇଁ ପ୍ରତିଦିନ ବହିର୍ବିଭାଗ ପଞ୍ଜିକରଣ ରେଲମ୍ବା ଲାଇନ ରେ ଛିଡା ହୋଇ ଘଣ୍ଟା ଘଣ୍ଟା ଅପେକ୍ଷା କରି ଟିକଟ ସଂଗ୍ରହ କରିବାକୁ ପଡିଥାଏ।ଅନ୍ୟପଟେଟିକଟ ସଂଗ୍ରହ ପରେ ଡାକ୍ତରଙ୍କୁ ଦେଖାଇବା ପାଇଁ ପୁଣି ଘଣ୍ଟା ଘଣ୍ଟା ଧାଡିରେ ଛିଡାହେବାକୁ ପଡିଥାଏ ଫଳରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଟେକ୍ନୋଲୋଜିର ଉପଯୋଗ କରାଯାଇ ନିର୍ମାଣ ହୋଇଥିବା ଡିଜିଟାଲ ପଞ୍ଜିକରଣ କେନ୍ଦ୍ର ଏବଂ ନବ ନିର୍ମିତ ୬ ଶର୍ଯ୍ୟା ବିଶିଷ୍ଟ ଶବ ସଂରକ୍ଷଣ ଗୃହ କୁ ଚଳିତ ମାସ ୧୦ ତାରିଖ ଅପରାହ୍ନ ରେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରୂପଭାନୁ ମିଶ୍ର, ପିଆରଏମ ମେଡିକାଲ କଲେଜ ଓ ହସପିଟାଲର ସୁପରିଟେଣ୍ଡେଟ ଡ. ପ୍ରତିଭା ପଣ୍ଡା, ଏଡିଏମଓ ମେଡିକାଲ ଡ. ନିହାର ରଂଜନ ଦାସ, ରେଡିଓଲୋଜିଷ୍ଟ ଡ. ଜ୍ଞାନ ରଂଜନ ମହାନ୍ତି, ହସପିଟାଲ ମେନେଜର ଡ. ସମୀର ରଂଜନ ମହାପାତ୍ର, ଡ. ବିନୋଦିନୀ ଦାସ, ଡିପିଏମ ଏନଏଚଏମ ପି.ପି. ପତି ଙ୍କ ସମେତ ବହୁ ବିଭାଗୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଡିଜିଟାଲ ପଂଜିକରଣ କାର୍ଯ୍ୟ ବୁଲି ଦେଖିବା ସହ ଦାୟୀତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଡିଜିଟାଲ ପଞ୍ଜିକରଣ କାର୍ଯ୍ୟର ସୁପରି ଚାଳନା ସହ ରୋଗୀ ମାନଙ୍କୁ ସମୟ ମୁତାବକ ଉପଯୁକ୍ତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।
